28.1 C
Bhubaneswar
Saturday, April 27, 2024
Homeଅପରାଧରାସ୍ତାକାମକୁ ବିରୋଧ କରି ମାଓବାଦିଙ୍କ ଲଙ୍କାକାଣ୍ଡ,ପୋଡିଲେ ୪ ଗାଡି

ରାସ୍ତାକାମକୁ ବିରୋଧ କରି ମାଓବାଦିଙ୍କ ଲଙ୍କାକାଣ୍ଡ,ପୋଡିଲେ ୪ ଗାଡି

କଳାହାଣ୍ଡି: ଲାଞ୍ଜିଗଡ ଅଞ୍ଚଳରେ  ପୁଣି ଏକ ଘଟଣା ଘଟିଛି ନିୟମଗିରି ପାଦଦେଶରେ ଥିବା କଳାହାଣ୍ଡି ସିମାନ୍ତରେ ଥିବା ଗୁମ୍ମା ଗାଁ । ନିୟମଗିରିରେ ଥିବା ଡଙ୍ଗରୀଆ ଓ ଝରଣିଆ କନ୍ଧଙ୍କ ଗମନା ଗମନ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତାକାମକୁ ମାଓବାଦି ମାନେ ବିରୋଧ କରି ଆସୁଥିବା ବେଳେ ଗତକାଲି ମଧ୍ୟରାତ୍ରୀରେ ନାରିଙ୍ଗତୋଲା ଗାଁ ଠାରୁ ଗୁମ୍ମା ଗାଁକୁ ସଂଯୋଗ କରୁଥିବା ରାସ୍ତାକାମକୁ ବିରୋଧ କରିଥିଲେ । ୭ଜଣ ଶ୍ରମିକ ରାସ୍ତାକାମ କରୁଥିବା ଠିକାଦାର କ୍ୟାମ୍ପରେ ଖାଇପିଇ ଶୋଇଥିବା ବେଳେ ୬୦ରୁ ଉର୍ଦ୍ଧ ଶସସ୍ତ୍ର ମାଓବାଦି ଶ୍ରମିକ ମାନଙ୍କୁ ରାସ୍ତାକାମ ନକରିବା ପାଇଁ ଧମକ ଦେଇଥିଲେ । ସେମାନଙ୍କ ଠାରୁ ମୋବାଇଲ ଛଡାଇନେଇ ଦୁଇଜଣ ଶ୍ରମିକଙ୍କୁ ବାନ୍ଧିକି ମାଡ ମାରିଥିଲେ । କ୍ୟାମ୍ପରେ ଥିବା ଦୁଇଟି ଜେସିବି ଗାଡି,ଗୋଟିଏ ବୋଲଡେଜର ଓ ଗୋଟିଏ ମିକଚର ମେସିନକୁ ପୋଡି ଦେଇଥିଲେ । ଗାଡି ପୋଡିବା ପରେ ଦୁଇଟି ହାତଲେଖା ପୋଷ୍ଟର ଗଛରେ ମାରି ଚାଲିଯାଇଥିଲେ । ପୋଷ୍ଟରରେ ସିପିଆଇ ମାଓବାଦି ରାୟଗଡା ଡିଭିଜନ ବୋଲି ଦର୍ଶାଯାଇଥିବା ବେଳେ ନିୟମଗିରି ପାହାଡରେ ଖଣି ଉତ୍ପାଦନ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ଉତ୍ପାଦନ ପାଇଁ ଏହି ନିୟମଗିରିର ରାସ୍ତାକାମ ଚାଲିଛି ଏହାକୁ ବନ୍ଦ କରାଯାଉ ବୋଲି ପୋଷ୍ଟରରେ ଦର୍ଶା ଯାଇଥିବା ବେଳେ ଏହି ରାସ୍ତା କାମ ନକଲେ ଏହି କାମରେ ସଂପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଦର୍ଶା ଯାଇଛି । ସୁଚନା ଥାଉ କି ଗତ କିଛିଦିନ ତଳେ ତ୍ରିଲୋଚନପୁରରେ ଚାଲିଥିବା ରାସ୍ତାକାମକୁ ମଧ୍ୟ ବନ୍ଦ କରିବା ପାଇଁ ପୋଷ୍ଟର ମାରି ଚେତାବନି ଦେଇଥିଲେ । ଏହି ଘଟଣା ଘଟିବା ପରେ ନିୟମଗିରି ଅଞ୍ଚଳରେ କୋକୁଆଭୟ ଦେଖିବାକୁ ମିଳିଛି।।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking