30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବିଜେପିକୁ ପ୍ରାକ୍ ନିର୍ବାଚନୀ ପ୍ରଥମ ସଫଳତା; ବିଜେପି ଖାତାକୁ ଗଲା ସୁରତ୍ ଲୋକସଭା ଆସନ

ବିଜେପିକୁ ପ୍ରାକ୍ ନିର୍ବାଚନୀ ପ୍ରଥମ ସଫଳତା; ବିଜେପି ଖାତାକୁ ଗଲା ସୁରତ୍ ଲୋକସଭା ଆସନ

ସୁରତ୍ : ଦେଶରେ ୨୦୨୪ ଲୋକସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗତ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଥିବା ବେଳେ ଆଗକୁ ଆହୁରି ୬ଟି  ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ହିଁ ବିଜେପିକୁ ପ୍ରଥମ ସଫଳତା ମିଳିସାରିଛି । ଗୁଜରାଟର ସୁରତ୍ ଆସନ ପାଇଁ ବିପକ୍ଷ ମେଣ୍ଟ (କଂଗ୍ରେସ-ଆପ୍ ସମର୍ଥିତ) ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବା ପରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ୍ ନିଦ୍ୱର୍ନ୍ଦ୍ୱରେ ଏହି ଆସନରେ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କଂଗ୍ରେସ ପକ୍ଷରୁ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୟଭୀତ ହୋଇ ଏସବୁ କରାଇଥିବା ଅଭିଯୋଗ କରାଯାଇଛି ।
ରିପୋର୍ଟ ଅନୁସାରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ  ବିଏସ୍‌ପି ପ୍ରାର୍ଥୀ ପ୍ୟାରେଲାଲ ଭାରତୀଙ୍କ ସମେତ ଅନ୍ୟ ୮ ପ୍ରାର୍ଥୀ ନିଜ ନିଜ ପ୍ରାର୍ôଥପତ୍ର ପ୍ରତ୍ୟାହାର କରିନେଇଥିବା ବେଳେ କେବଳ କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରାର୍ôଥପତ୍ର କାଏମ୍ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର କୌଣସି କାରଣବଶତଃ ନାକଚ ହୋଇଯାଇଥିଲା । ତେବେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପୂର୍ବକ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନାହିଁ । ଅନ୍ୟପକ୍ଷେ ସୁରତ୍ ନିର୍ବାଚନୀ ଇତିହାସରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ମୁକେଶ ଦଲାଲ ଏହି ବିଜୟ ସହ ଏକ ବିରଳ କୃତୀତ୍ୱର ମଧ୍ୟ ଅଧିକାରୀ ହୋଇପାରିଛନ୍ତି । ପ୍ରକାଶ, ଗୁଜରାଟର ୨୫ଟି ଲୋକସଭା ଆସନ ପାଇଁ ମେ’ ୭ରେ ଭୋଟ୍ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking