28.1 C
Bhubaneswar
Saturday, April 27, 2024
Homeଓଡିଶାଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କରିପାରୁନି ପୋଲିସ

ତିର୍ତ୍ତୋଲ: ୨୨ା୧:(ପ୍ରତାପ ଜୁମାର ସିଂହ) କନକପୁରସ୍ଥିତ ମା’ଶାରଳା ମନ୍ଦିରର ସେବାୟତ ତଥା କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ଙ୍କୁ ରବିବାର ୩ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ହେଲେ ତିର୍ତ୍ତୋଲ ଥାନା ଓକଲାର ସୁଶାନ୍ତ ରାଉଳ, କନକପୁର ଶାସନର ପ୍ରଶାନ୍ତ ରାଉଳ ଓ କୁଟିଲୋ ଗ୍ରାମ ଦୟାନ୍ଦପୁରର ରାକେଶ ନାୟକ (ଶଙ୍କରା)। ପୋଲିସ ଆକ୍ରମଣ ଦିନ ପ୍ରଶାନ୍ତଙ୍କୁ ଗିରଫ କରିଥିବାବେଳେ ସୁଶାନ୍ତ ଓ ରାକେଶଙ୍କୁ ଏ ପର‌୍ୟ୍ୟନ୍ତ ଧରିପାରୁନି। ସେମାନେ ଓକଲା ଓ ଜଗତ୍‌ସିଂହପୁରରେ ବୁଲୁଥିବା କୁହାଯାଉଥିବା ବେଳେ ପୋଲିସ ଗିରଫ କରି ନ ପାରିବା ଆଲୋଚନାର ବିଷୟ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ରାଜନୈତିକ ଚାପ ପଡୁଥିବାରୁ ପୋଲିସ ନୀରବ ରହୁଥିବା ଚର୍ଚ୍ଚା ଚାଲିଛି। ଅନ୍ୟପଟେ ତ୍ରିଲୋଚନଙ୍କୁ ସେମାନେ କାହିଁକି ଆକ୍ରମଣ କରିଥିଲେ ତା’ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କୁହାଯାଉଛି, ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ କରିଥିବା ବ୍ୟକ୍ତିମାନେ କିସ୍ତି ଟଙ୍କା ଦେଉ ନ ଥିବାରୁ ମନ୍ଦିର ରାଜସ୍ବ ହାନିକୁ ନେଇ ତ୍ରିଲୋଚନ ସ୍ବର ଉଠାଉଥିଲେ। ଏହି ରାଗ ସମେତ ନିକଟରେ ଶାରଳା ହାଟରେ ଜୁଆ ଖେଳୁଥିବାବେଳେ ଭୋଗ ଦୋକାନୀ ରମେଶ ରାଉଳ ଗିରଫ ହେବା ଘଟଣା ଅଭିଯୁକ୍ତଙ୍କୁ ରକ୍ତମୁଖା କରି ଦେଇଥିଲା। କାରଣ ଜୁଆଖେଳ ସମ୍ପର୍କରେ ପୋଲିସକୁ ଗୁଲା ଖବର ଦେଇଥିବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏସମ୍ପର୍କରେ ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି, ଶାରଳା ହାଟରେ ଜୁଆ ଖେଳ ଚାଲିଥିବା ସମ୍ପର୍କିତ ସୂଚନା ତ୍ରିଲୋଚନ ଦେଇ ନ ଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କ ଉପରେ ସନ୍ଦେହ କରି ଆକ୍ରମଣ କରିଛନ୍ତି। କେହି ପୋଲିସକୁ ସୂଚନା ଦେଲେ ତାଙ୍କ ଉପରେ ଆକ୍ରମଣ ହେବା ଆଇନ ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ। ତେଣୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking