30.1 C
Bhubaneswar
Friday, April 26, 2024
Homeଓଡିଶାତେଲସରା ଗ୍ରାମରୁ କୁଜଙ୍ଗ ବନ ବିଭାଗ କଲା ହରିଣ ଉଦ୍ଧାର

ତେଲସରା ଗ୍ରାମରୁ କୁଜଙ୍ଗ ବନ ବିଭାଗ କଲା ହରିଣ ଉଦ୍ଧାର

ନାଉଗାଁ,(ପ୍ରତାପ କୁମାର ସିଂହ): ଜଗତସିଂହପୁର ନାଉଗାଁ ବ୍ଳକ ଅନ୍ତର୍ଗତ ଡିହତେଲସରା ଗ୍ରାମର କୁମର ଭୋଇଙ୍କ ଘରେ ମଙ୍ଗଳବାର ଏକ ହରିଣ ପଶିଯାଇଥିଲା । ଘର ଲୋକ ବନ ବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ହରିଣକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଆଜି ଅପରାହ୍ନ ୫ଟା ସମୟରେ ଦୁଇଟି ହରିଣ ତେଲସରାସ୍ଥିତ ମାଉସୀ ମାଙ୍କ ମନ୍ଦିର ନିକଟରେ ବୁଲୁଥିଲେ । ଏହି ହରିଣ ଦ୍ୱୟକୁ କୁକୁର ପଲ ଦେଖି ଗୋଡାଇବାରୁ ହିରଣ ଦ୍ୱୟ ଗ୍ରାମ ମଧ୍ୟକୁ ପଶିଯାଇଥିଲେ । ଏଥିମଧ୍ୟରୁ ଗୋଟିଏ ହରିଣ ଭୟରେ କୁମର ଭୋଇଙ୍କ ଘର ଭିତରେ ପଶି ଯାଇଥିବା ବେଳେ ଅନ୍ୟ ଏକ ହରିଣ ବିଲ ଆଡକୁ ପଳାଇ ଯାଇଥିଲା । କୁମର ଭୋଇଙ୍କ ପରିବାର ଲୋକ ଘର ହରିଣକୁ କୁକୁର କବଳରୁ ରକ୍ଷା କରିବା ପାଇଁ ଘରର କବାଟ ବନ୍ଦ କରି ଦେଇଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ । ଅନ୍ୟପଟରେ ଉକ୍ତ ଖବର ପ୍ରଚାରିତ ହେବା ପରେ ନାଉଗାଁ ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ବର କର ଘଟଣାସ୍ଥଳରେ ପହଂଚି ବନ ବିଭାଗକୁ ଖବର ଦେଇଥିଲେ । କୁଜଙ୍ଗ ବନ ବିଭାଗର ଡେପୁଟି ରେଂଜର ମାନସ କୁମାର ଦାସ ସଦଳ ବଳେ ଘଟଣାସ୍ଥଳରେ ପହଁଚି ହରିଣକୁ ଉଦ୍ଧାର କରି ନେଇଥିବା ଜଣାଯାଇଛି । ବାତ୍ୟା ଫନିରେ ପୁରୀ ଜିଲ୍ଲା କୋଣାର୍କର ବନଖଣ୍ଡ ଜଙ୍ଗଲ ନଷ୍ଟ ହୋଇଯାଇଥିବାରୁ ଉକ୍ତ ହରିଣ ଗୁଡିକ ଏପଟକୁ ଚାଲି ଆସିଥିବା ସାଧାରଣରେ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking