38.8 C
Bhubaneswar
Friday, April 19, 2024
Homeଅପରାଧନିର୍ଭୟା ଦୋଷୀଙ୍କ ଶେଷ ଇଚ୍ଛା ଜାଣିବାକୁ ପ୍ରଶାସନର ନୋଟିସ

ନିର୍ଭୟା ଦୋଷୀଙ୍କ ଶେଷ ଇଚ୍ଛା ଜାଣିବାକୁ ପ୍ରଶାସନର ନୋଟିସ

ନୂଆଦିଲ୍ଲୀ: ତିହାର ଜେଲରେ ଫାଶୀ ପାଇଁ ଅପେକ୍ଷା କରିଥିବା ବହୁ ଚର୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଦୋଷୀଙ୍କୁ ସେମାନଙ୍କ ଶେଷ ଇଚ୍ଛା ଜାଣିବାକୁ ପ୍ରଶାସନ ନୋଟିସ କରିଛି। ଏଥିରେ ସୂଚନା ଅଛି ଯେ ଫାଶୀ ପୂର୍ବରୁ ସେମାନେ ଶେଷଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି? ଯଦି ସେମାନଙ୍କ ନାଁରେ କୌଣସି ସମ୍ପତ୍ତି ରହିଛି, ତା’ହେଲେ ସେଗୁଡ଼ିକୁ ସେମାନେ କାହା ନାଁରେ କରିବାକୁ ଚାହୁଁଛନ୍ତି ? ସେମାନେ କୌଣସି ଧାର୍ମିକ ବହି କିମ୍ବା କୌଣସି ଧର୍ମ ଗୁରୁଙ୍କୁ ଫାଶୀ ପୂର୍ବରୁ ଭେଟିବାକୁ ଚାହୁଁଛନ୍ତି କି? ଯଦି ଏସବୁ ମଧ୍ୟରୁ ଦୋଷୀମାନେ କିଛି ବି ନିଜର ଶେଷ ଇଚ୍ଛାରେ ପାଇବାକୁ ଚାହୁଁଛନ୍ତି, ତା’ହେଲେ ଜେଲ କର୍ତ୍ତୃପକ୍ଷ ଏହାକୁ ଫାଶୀ ପୂର୍ବରୁ ପୂରଣ କରିବେ ବୋଲି ନୋଟିସରେ କହିଛନ୍ତି। ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଦେବାପାଇଁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ନିୟମ ଅନୁସାରେ ଅପରାଧୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା କ’ଣ ରହିଛି, ସେକଥା ଜାଣିବାକୁ ଜେଲ ପ୍ରଶାସନ ନୋଟିସ କରିଛି।୪ ଜଣ ଦୋଷୀଙ୍କୁ ଜେଲ ନଂ ୩ର ଅଲଗା ଅଲଗା ସେଲରେ ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା କଡା କଡୀ  କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking