29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକ୍ଷେତରୁ ମିଳିଲା ମଣିଷ କଙ୍କାଳ, ପୋଲିସର ତଦନ୍ତ ଜାରି

କ୍ଷେତରୁ ମିଳିଲା ମଣିଷ କଙ୍କାଳ, ପୋଲିସର ତଦନ୍ତ ଜାରି

ଲକ୍ଷ୍ନୌ: କ୍ଷେତ ଜମିରୁ ମିଳିଲା ମଣିଷ କଙ୍କାଳ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବି.କେ.ଟି ପୋଲିସ ଷ୍ଟେସନ ପରିସରରେ ଥିବା ଚନ୍ଦ୍ରଭାନ୍ ଗୁପ୍ତା କୃଷି ମହାବିଦ୍ୟାଳୟ ନିକଟରେ ଥିବା ଏକ କ୍ଷେତରୁ ମନୁଷ୍ୟର କଙ୍କାଳ ଉଦ୍ଧାର କରାଯାଇଛି । କ୍ଷେତରେ ଫସଲ ଅମଳ କରୁଥିବା ଶ୍ରମିକମାନେ ଏହା ଦେଖିବାକୁ ପାଇଥିଲେ । ଏନେଇ ପୋଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ୍ ଅନୁସନ୍ଧାନରୁ ଜଣାପଡିଛି ଯେ, କଙ୍କାଳଟି ଜଣେ ୩୦ ବର୍ଷି ପୁରୁଷର ।

ସେପଟେ କଙ୍କାଳ ମିଳିବା ପରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବି.କେ.ଟି ପୋଲିସ ଷ୍ଟେସନ ପରିସରରେ ଥିବା ଚନ୍ଦ୍ରଭାନ୍ ଗୁପ୍ତ କୃଷି ମହାବିଦ୍ୟାଳୟ ପାଖରେ ଏକ କ୍ଷେତରେ ଶ୍ରମିକମାନେ ଫସଲ ଅମଳ କରୁଥିଲେ । ଏହି ସମୟରେ କ୍ଷେତରେ ଏକ ମଣିଷ କଙ୍କାଳ ଦେଖିବାକୁ ପାଇଥିଲେ । କ୍ଷେତରେ ମୁଣ୍ଡ, ମେରୁଦଣ୍ଡ ଏବଂ ପଞ୍ଜରା ପଡିଥିଲା । ଏନେଇ ଶ୍ରମିକମାନେ କଲେଜ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ତୁରନ୍ତ ବି.କେ.ଟି ପୋଲିସ ଷ୍ଟେସନ ଓ ଫରେନସିକ୍ ଟିମକୁ ସୂଚନା ଦିଆଯାଇଥିଲା ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ ଫରେନସିକ୍ ଟିମ୍ ଯାଞ୍ଚ କରିବା ପାଇଁ କଙ୍କାଳର ଅବଶିଷ୍ଟାଂଶ ନେଇଛନ୍ତି । ବି.କେ.ଟି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ରାଣା ରାଜେଶ ସିଂ କହିଛନ୍ତି ଯେ, କୃଷି ମହାବିଦ୍ୟାଳୟର ମଟର କ୍ଷେତରେ ମନୁଷ୍ୟର କଙ୍କାଳ ପଡିଥିବାର ଜଣାପଡ଼ିଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ କଙ୍କାଳ ସଂଗ୍ରହ କରି ତଦନ୍ତ ପାଇଁ ପଠାଇଥିଲା । ଖୁବ ଶୀଘ୍ର ଏହି ମାମଲା ଜଣାପଡିବ ବୋଲି ପୋଲିସ କହିଛି । ଫରେନସିକ୍ ଅନୁସନ୍ଧାନରୁ ମୃତଦେହ ୩୦ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡ଼ିଛି । ମୃତଦେହଟି ବହୁତ ପୁରୁଣା ହୋଇଥିବା ଜଣାପଡିଛି । ଏନେଇ ସମସ୍ତ ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଛି । ଗତ ମାସରେ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ନିଖୋଜ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ସନ୍ଧାନ କରାଯାଉଛି । ଘଟଣାର ତଦନ୍ତ ପରେ କଙ୍କାଳଟି କାହାର ତାହା ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking