30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବୁଲିବାକୁ ଆସି ନଦୀରେ ବୁଡିଗଲେ ଗୋଟିଏ ପରିବାରର ୬ ଜଣ

ବୁଲିବାକୁ ଆସି ନଦୀରେ ବୁଡିଗଲେ ଗୋଟିଏ ପରିବାରର ୬ ଜଣ

ବେଙ୍ଗାଲୁରୁ: କାଳ ସାଜିଲା ଛୁଟିଦିନ ବୁଲା । କର୍ଣ୍ଣାଟକ ରାଜ୍ୟର ଉତ୍ତରା କନ୍ନଡ ଜିଲ୍ଲାର କାଳି ନଦୀରେ ଅଘଟଣ । ନଦୀରେ ବୁଡି ଗୋଟିଏ ପରିବାରର ୪ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ରବିବାର ଛୁଟି ଦିନରେ ଗୋଟିଏ ପରିବାରର ୮ ଜଣ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନଦୀରେ ଗାଧୋଇବା ସମୟରେ ବୁଡି ଯାଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟର ଉତ୍ତରା କନ୍ନଡ ଜିଲ୍ଲାର ଦଣ୍ଡେଲି ଅନ୍ତର୍ଗତ ଅକୋର୍ଦ୍ଦା ଠାରେ କାଳି ନଦୀରେ ଅଘଟଣ ଘଟିଛି । ରବିବାର ଛୁଟି ଦିନ ଥିବାରୁ କାଳି ନଦୀକୁ ବୁଲିବାକୁ ଆସି ଗୋଟିଏ ପରିବାରର ୬ ଜଣ ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ନଦୀ ମଧ୍ୟରୁ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ପୋଲିସ, ଫାୟାର ଟିମ ଘଟଣା ସ୍ଥଳରେ ନିୟୋଜିତ ହୋଇଛନ୍ତି । ନିଖୋଜମାନଙ୍କୁ ଖୋଜିବା ପାଇଁ ନଦୀ ମଧ୍ୟରେ ରେସକ୍ୟୁ ଅପରେସନ କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ରବିବାର ଛୁଟି ଦିନ ଥିବାରୁ କାଳି ନଦୀକୁ ବୁଲିବାକୁ ଆସିଥିଲେ ଗୋଟିଏ ପରିବାରର ୮ ଜଣ ।

ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କ ଛାଡି ବାକି ଶିଶୁ ସମେତ ୬ ଜଣ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ନଦୀରେ ଖସି ଯାଇ ବୁଡି ଯାଇଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେବି ନିଖୋଜ ରହିଛନ୍ତି । ମୃତକମାନେ ହେଲେ ହୁବାଲି ଅଞ୍ଚଳର ୪୦ ବର୍ଷିଆ ନାଜିରା ଅହମ୍ମଦ, ୧୦ ବର୍ଷର ଶିଶୁ କନ୍ୟା ଅଲଫିଆ ଅହମ୍ମଦ, ୬ ବର୍ଷିୟ ଶିଶୁ ପୁତ୍ର ମୋହିନ ଅହମ୍ମଦ, ୩୮ ବର୍ଷିୟା ରେସମା ଉନିସା, ୧୫ ବର୍ଷିୟା ଇଫ୍ରା ଅହମ୍ମଦ, ୧୨ ବର୍ଷିୟ ଇଭିଦ ଅହମ୍ମଦ । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ରହିଛି । ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ଦଣ୍ଡେଲି ହସ୍ପିଟାଲକୁ ପଠା ଯାଇଛି । ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking