35.1 C
Bhubaneswar
Wednesday, May 8, 2024
Homeଓଡିଶାସରକାରଙ୍କ ନିଷ୍ପତିକୁ ନିଖିଳଉତ୍କଳ ଦ୍ୱାରl ବେସରକାରୀ କଲେଜେ ଶିକ୍ଷକ ସଂଘ ବିରୋଧ

ସରକାରଙ୍କ ନିଷ୍ପତିକୁ ନିଖିଳଉତ୍କଳ ଦ୍ୱାରl ବେସରକାରୀ କଲେଜେ ଶିକ୍ଷକ ସଂଘ ବିରୋଧ

ଯାଜପୁର : ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଜୁନ ୯ ତାରିଖରେ ବିଜ୍ଞାପିତ ସଂକଳ୍ପ ସଂଖ୍ୟା ୧୫୩୩୭ମାଧ୍ୟ୍ୟମରେ ଉଚଶିକ୍ଷା ଓ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷା ନିର୍ଦେଶାଳୟ ଉଚ୍ଚମାଧ୍ୟମିକ ପରିଷଦରେ ଉଚ୍ଚପଦବୀ ଗୁଡିରେ ଓଡିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଂକୁ ନିଯୁକ୍ତି ଦେବାପାଇଁ ବିଜ୍ଞପ୍ତି ପ୍ରକାଶପାଇଛି l ସରକାରଙ୍କ ଏହି ନିର୍ଦ୍ଧେଶନାମାକୁ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ପ୍ରତିବାଦ କରାଯାଉଛି l ସଙ୍ଘର ସାଧାରଣ ସମ୍ପାଦକ ଡ. ଦୁଷ୍ମନ୍ତ ନାୟକ ଓ ସଭାପତି ପ୍ରଫେସର ଅକ୍ଷୟ କୁମାର ମହାପାତ୍ର ସରକାରଙ୍କ ବିଜ୍ଞପ୍ତିକୁ ପ୍ରତିବାଦ କରିଛନ୍ତି l ଶ୍ରୀ ନାୟକ ପ୍ରେସ ଇସ୍ତାହାରରେ କହିଛନ୍ତି  ଓଏନକୁ ଏକ ସାକ୍ଷାତରେ, ଶିକ୍ଷା ନିର୍ଦେଶଳାୟ ତଥା ଶିକ୍ଷା ସମ୍ପକିତ ପ୍ରଶାସନିକ ପଦରେ ଓଡିଶା ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ନିଯୁକ୍ତି ପାଇଲେ ଅନୁଭୂତି ଅଭାବରୁ ସୁପରିଚାଳନା କରି ପାରିବେ ନାହିଁ l

ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ମାନଙ୍କର ନାହିଁ l ଅତୀତରେ ଏପରି ଘଟିଛି କେନ୍ଦ୍ର ସରକାର ଦ୍ୱାର ସମସ୍ତ ଶିକ୍ଷା ଆୟୋଗରେ ଉଚ୍ଚ ଶିକ୍ଷା ବିଭାଗରେ ଓ ବିଶ୍ଵବିଦ୍ୟାଳୟ କାର୍ଯ୍ୟ କରୁ ଥିବା ପ୍ରଫେସର ମାନଂକୁ ଅଧକ୍ଷ କରାଯାଉଛି l ସେମାନଙ୍କ ସୁଚିନ୍ତିତ ମତାମତ ନିଆଯାଉଛି ବିଶ୍ଵବିଦ୍ୟାଳୟରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗରେ ବରିଷ୍ଠ ପ୍ରଫେସର ମାନଂକୁ ନିଯୁକ୍ତି ଦିଆଯାଉଛି l ଶିକ୍ଷା ସଂଶୋଧନ ବିଲରେ ମତାମତ ବା ଉପଦେଶ ନିଆଯାଉଛି ତାହା ମଧ୍ୟ୍ୟ କାଯ୍ୟ କାରି କରାଯାଇଛି l ଶିକ୍ଷା ବିଭାଗର ନିର୍ଦେଶାଳୟରେ ଉଚ୍ଚ ପଦବୀରେ ବରିଷ୍ଠ ଅଧ୍ୟାପକମାନେ ନିଯୁକ୍ତି ପାଇ ସୁଚାରୁରୂପେ କାର୍ଯ୍ୟ ସମ୍ପଦାନ କରି ଆସୁଛନ୍ତି l ଦୀର୍ଘ ଦିନ ଧରି ଶିକ୍ଷାଅନୁଷ୍ଠାନରେ ଛାତ୍ର ଛାତ୍ରୀ ଓ ଶିକ୍ଷା ପରିଚାଳନା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ଅଧ୍ୟାପକମାନେ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ପ୍ରଶାସନ ସମ୍ପର୍କରେ ଅଧିକ ଅନୁଭୂତି ଓ ଅଭିଜ୍ଞତା ହାସଲ କରିଛନ୍ତି ଯାହାକି ପାଥେୟ କରି ଆଜି ପର୍ଯ୍ୟନ୍ତ ବରିଷ୍ଠ ଅଧ୍ୟାପକମାନେ ଶିକ୍ଷା ପ୍ରଶାସନ ବିଭାଗମାନଙ୍କରେ ଦକ୍ଷତା ସହ କାର୍ଯ୍ୟ ନିର୍ଭାହ କରୁଛନ୍ତି l

ଶିକ୍ଷା ବିଭାଗରେ ଠିକ ଠକା ଚାଲିଥିଲା ବେଳ ଓଡିଶା ସରକାର ବରିଷ୍ଠ ଦକ୍ଷତା ସମ୍ପନ୍ନ ଅଧ୍ୟାପକମାନଙ୍କ ପ୍ରତି ବିମୁକ କାହିଁକି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି l ଶିକ୍ଷା ବିଭାଗରେ ପ୍ରଶାସନିକ ଅଧିକାରୀମାନଂକୁ ନିଯୁକ୍ତି ଦେଲେ ସେମାନଙ୍କ ଶିକ୍ଷା ସମ୍ପର୍କରେ ଅଭିଜ୍ଞତାନ ଥିବା  ଶିକ୍ଷା ବିଭାଗ ଭୁଶୁଡି ପଡିବ l ଅତୀତରେ ଏଭଳି ଦେଖା ଯାଇଥିଲା l ନେଣି ଗୁଡ଼ କୋହୁଣିକୁ ଯିବା ପୂର୍ବରୁ ସରକାର ସଚେତନ ହୋଇ ଭଲ ଭାବରେ ବିଚାର କରି ପ୍ରକାଶ କରି ଥିବା ବିଜ୍ଞପ୍ତି /ସଂକଳ୍ପକୁ ବାତିଲ କରାଯାଇ ଅନୁଦାନ ପ୍ରାପ୍ତ କଲେଜର ବରିଷ୍ଠ ଅଧ୍ୟାପକ ମାନଙ୍କ ନିଯୁକ୍ତି ଦିଆଯାଉ l ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରି ଏ ସମସ୍ୟା ସମାଧାନ ନକଲେ ସଙ୍ଘ ରାଜ ରାସ୍ତାକୁ ଓଲ୍ଲାଇବ ଶିକ୍ଷା ବିଭାଗକୁ ଅଚଳ କରି ଦିଆଯିବ ବୋଲି ଶ୍ରୀ ନାୟକ ଚେତବାଣୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking