27.1 C
Bhubaneswar
Wednesday, May 8, 2024
Homeଅପରାଧଡକାୟତି ଯୋଜନାକୁ ପଣ୍ଡ କଲା କଳିଙ୍ଗନଗର ପୋଲିସ 

ଡକାୟତି ଯୋଜନାକୁ ପଣ୍ଡ କଲା କଳିଙ୍ଗନଗର ପୋଲିସ 

ଯାଜପୁର(ଓଏନଏ) : କଳିଙ୍ଗନଗର ପୋଲିସ ଏକ ବଡ଼ ଧରଣ ଡକାୟତି ଯୋଜନାକୁ ପଣ୍ଡ କରିଛି l 7ଜଣ ଦୁର୍ଦ୍ଧାନ୍ତ ଡକାୟତ ଦଳକୁ ଧରିବାର ସକ୍ଷମ ହୋଇଛି l ସେମାନଙ୍କୁ ଠାରୁ ମାରଣାଅସ୍ତ୍ର ଜବଦ କରିଛି ଗତ 8ତାରିଖରେ କଳିଙ୍ଗନଗର ପୋଲିସ ନାଇଟ ପ୍ରେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୄତ୍ରରୁ ଖବର ପାଇ ପଥ ପନ୍ଥର ସୁବିଧା କେନ୍ଦ୍ର ଉପରେ ଚଢ଼ାଉ କରି ଡକାୟତି ଯୋଜନାକୁ ପଣ୍ଡ କରି 7ଜଣ ଡକାୟତକୁ କାବୁ କରି ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ.ତୈଲଙ୍ଗା ଖଣ୍ଡା 2ଟି ଛୁରୀକତା 4ଟି କାଠ ବାଡ଼ି 4ଟି ମୋଟର ସାଇକେଲ ଓ 10ଟି ମୋବାଇଲ ଫୋନ ଜବଦ କରିଛନ୍ତି l ପ୍ରେଟ୍ରୋଲ ପମ୍ପ ଗୋଡ଼ଡାଉନରେ ଡକାୟତ କରିବାକୁ ଯୋଜନା କରୁଥିଲେ l ଡ଼କାୟତମାନେ ହେଲେ ଇନ୍ଦ୍ରମଣି ମହନ୍ତ (27)ସୁକିନ୍ଦା. ଜଗନ ଦାସ (28)ଡ଼ୁବୁରୀ. ସୋନୁ ସେଠି (22)ଦାନଗଦି. କୁନାବେହେରା (23)ଡ଼ୁବୁରୀ. ଅଗସ୍ତି ଦାସ(21) ନଡି ଆଭଙ୍ଗା. ପରମାନନ୍ଦ (27)ଭୁବନ ଥାନ ର ଓଡିଶ. ପ୍ରମୋଦ ମଳିକ (22)ଦାନଗଦି ପ୍ରମୁଖ କଳିଙ୍ଗନଗର. ଯାଜପୁର ରୋଡ ପ୍ରଭୁତି ଥାନା ରେ ବହୁ ଡକାୟତି ମାମଲାରେ ସମ୍ପୃକ୍ତ ଅଛନ୍ତିଇନ୍ଦ୍ର ମଣି ମହନ୍ତ ଓ ଜଗୁନୁ ଦାସ ମାମଲା ରେ ସମ୍ପୃକ୍ତ ଥିଲେ ମଧ୍ୟ୍ୟ ପୋଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking