33.1 C
Bhubaneswar
Monday, May 13, 2024
HomeUncategorizedସଂସଦରେ ଉଠିଲା ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ

ସଂସଦରେ ଉଠିଲା ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ

ନୂଆଦିଲ୍ଲୀ : ପଶ୍ଚିମ ଓଡିଶାରେ ହଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିଷ୍ଫତି ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି । ଏନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା ସଂହଦେଓଙ୍କ ପ୍ରଶ୍ନର ଉ୍‌ତ୍ତର ରଖି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ , କେନ୍ଦ୍ରର ଅନୁରୋଧ ସତ୍ୱେ ରାଜ୍ୟ ସରକାର ଏଥିପାଇଁ ଜରୁରୀ ସମନ୍ୱିତ ପ୍ରସ୍ତାବ ଦେଇନାହାନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ହାଇକୋର୍ଟଙ୍କ ପାଖରେ ନିଷ୍ପତି ଅଟକି ରହିଛି ବୋଲିି କହାଯାଇଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, କୋର୍ଟର ମୁଳ ପୀଠ ବ୍ୟତୀତ ଅନ୍ୟ କୌଣସିି ସ୍ଥାନରେ ବେଞ୍ଚ ସ୍ଥାପନ ପାଇଁ ଯଶୋବନ୍ତ ସିଂ କମିଶନଙ୍କ ସୁପାରିସ ଏବଂ ସୁପ୍ରିମ କୋର୍ଟଙ୍କ ୨୦୦୦ ମସିହାର ରାୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ।

ଭିତ୍ତିିଭୂମି ଯୋଗାଇ ଦେବା , ଖର୍ଚ୍ଚ ବହନ କରିବା , ସ୍ଥାନ ଚିହ୍ନଟ କରିବା ତଥା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସମନ୍ୱିତ ରାଜ୍ୟ ସରକରାରଙ୍କ ଠାରୁ ଏକ ସମନ୍ୱିତ ପ୍ରସ୍ତାବ ପାଇବା ପରେ କେନ୍ଦ୍ର ଏନେଇ ଆଗେଇ ଥାଏ । ହେଲେ ଓଡିଶା ସରକାରଙ୍କ ପାଖରୁ ଏନେଇ ସମନ୍ୱିତ ପ୍ରସ୍ତାବ ମିଳିପାରି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦିର୍ଘ ଦିନରୁ ଦାବି ହୋଇ ଆସୁଛି । ଏନେଇ ଓକିଲ ମାନେ ବାରୋମ୍ବାର ଆନ୍ଦୋଳନ ମଧ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking