28.1 C
Bhubaneswar
Tuesday, May 21, 2024
Homeବଲିଉଡସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦରରେ ନଜର ଆସିବେ ରଶ୍ମିକା

ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦରରେ ନଜର ଆସିବେ ରଶ୍ମିକା

ମୁମ୍ବାଇ : ପୁଷ୍ପା ୨ ତାରକା ରଶ୍ମିକା ମାନ୍ଧନା, ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦରରେ ନଜର ଆସିବେ। ସିକନ୍ଦର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର ୩ ଫିଲ୍ମ ବକ୍ସ ଅଫିସରେ ସେ ଭଳି କିଛି କମାଲ କରିପାରି ନ ଥିଲା । ଏହା ପରେ ସେ ଗଜନୀ, ହଲିଡେ ଫେମ ନିର୍ଦ୍ଦେଶକ ଏକଆର ମୁରୁଗୁଦାସଙ୍କ ସିକନ୍ଦର ଫିଲ୍ମ ସାଇନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଫିଲ୍ମ ହେବ । ପିଙ୍କ ଭିଲ୍ଲାରେ ପ୍ରକାଶିତ ଖବର ଅନୁସାରେ ରଶ୍ମିମା ମାନ୍ଧନାଙ୍କୁ ସଲମାନଙ୍କ ହୀରୋଇନ ଭାବେ ଚୟନ କରାଯାଇଛି । ରଶ୍ମିକା ମଧ୍ୟ ସୋସିଆଲ ମିଡିଆରେ ଏ ନେଇ କନଫର୍ମ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ କାହାଣୀକୁ ନେଇ ଲେଖିଥିଲେ, “ଆପଣମାନେ ଦୀର୍ଘ ଦିନ ଧରି ମୋତେ ପରବର୍ତ୍ତୀ ଫିଲ୍ମ ପାଇଁ ପଚାରିଥିଲେ ତେବେ ମୁଁ ସିକନ୍ଦର ଅଂଶ ହୋଇଥିବାରୁ ମୁଁ ପ୍ରକୃତରେ କୃତଜ୍ଞ ଏବଂ ଗୌରବାନ୍ୱିତ। ” ପୁଷ୍ପା ଓ ଆନିମଲ ଫିଲ୍ମ ପରେ ରଶ୍ମିକା ଚାହିଦା ସମ୍ପୂର୍ଣ୍ଣ ଭାରତରେ ବଢ଼ିଯାଇଛି । ଇଦ ୨୦୨୫ରେ ସିକନ୍ଦର ଫିଲ୍ମ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଖୁବ ଶୀଘ୍ର ଅନ୍ୟ ଷ୍ଟାର କାଷ୍ଟ ଚୂଡାନ୍ତ କରାଯିବ ସହ ଫିଲ୍ମ ଫ୍ଲୋରକୁ ଯିବ ବୋଲି ମେକର୍ସ ପକ୍ଷରୁ କୁହାଯାଇଛି । ସଲମାନ ମଧ୍ୟ ଏହି ଫିଲ୍ମର ସଫଳତା ନେଇ ଦୃଢ଼ ଆଶାୟୀ ଅଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking