28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦେଶର ଚାଷୀଙ୍କୁ ମିଳିବ ୩୬,୦୦୦ ଟଙ୍କାର ପେନସନ

ଦେଶର ଚାଷୀଙ୍କୁ ମିଳିବ ୩୬,୦୦୦ ଟଙ୍କାର ପେନସନ

ନୂଆଦିଲ୍ଲୀ : ଦେଶର ୨୧ ଲକ୍ଷ ୧୯ ହଜାର ୩୧୬ ଜଣ ଚାଷୀ ନିଜ ଭବିଶ୍ୟତ ସୁରକ୍ଷିତ କରିଛନ୍ତି । ଅନ୍ନତାତାମାନେ ଦେଶର କୃଷକ ପେନସନ ସ୍କିମରେ ନିଜ ରେଜିଷ୍ଟ୍ରେସନ କରାଇଛନ୍ତି । କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ଅଧିକାରୀଙ୍କ ମୁତାବିକ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭାର୍ଥୀ ମାନଙ୍କ ପାଇଁ ଏହି ପେନସନ ଯୋଜନାର ଲାଭ ନେବା ସହଜ ହେବ । ଏହି କୃଷକ ମାନଙ୍କର ଏହି ସ୍କିମ ପାଇଁ ଟଙ୍କା ଦେଇ ପ୍ରିମିୟମ ଭରିବାକୁ ପଡିବନି । ସରକାର ତାଙ୍କୁ ବର୍ଷକୁୁ ଯେଉଁ ୬୦୦୦ ଟଙ୍କା ଦେଉଛନ୍ତି । ସେଥିରୁ ଅଟାମେଟିକ ଭାବେ ପଇସା କଟିଯିବ ।
ଏହି ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଝାରଖଣ୍ଡରେ କରିଥିଲେ । ଏହି ଯୋଜନା ଅନୁସାରେ ୯ ଅଗଷ୍ଟ ୨୦୧୯ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଥିଲା । ଏହାର ନା କୃଷକ ମାନଧନ ଯୋଜନା ଅଟେ । ଯାହା କୃଷକ ମାନଙ୍କୁ ସମର୍ପିତ ହୋଇଥିବା ଏକ ବଡ ପେନସନ ସ୍କିମ ଅଟେ । ଏଥିରେ ସାମିଲ ହୋଇଥିବା କୃଷକ ମାନଙ୍କୁ ୬୦ ବର୍ଷ ବୟସରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ମିଳିବ ।
ମାନଧନ ଯୋଜନାରେ ହରିଆଣା ପ୍ରଥମ ସ୍ଥାନରେ ରହିଛି ।

ମାନଧନ ଯୋଜନାରେ ହରିଆଣାରେ ସବୁଠୁ ଅଧିକ ଲାଭାର୍ଥୀ ଅଛନ୍ତି । ଯେବେକି ଏହି ରାଜ୍ୟର ଜନ ସଂଖ୍ୟା କମ । ଏହି ରାଜ୍ୟରେ ପ୍ରାୟ ୪ ଲକ୍ଷ କୃଷକ ରେଜିଷ୍ଟ୍ରେସନ କରାଇଛନ୍ତି । ଏଠି ପ୍ରାୟ ୧୭ ଲକ୍ଷ କୃଷକ ପରିବାର ଅଛନ୍ତି । ଏହି ରାଜ୍ୟ ଉତ୍ତର ପ୍ରଦେଶକୁ ମଧ୍ୟ ପଛରେ ପକାଇ ଦେଇଛି । ଏହି ରାଜ୍ୟ ତୁଳନାରେ ପଞ୍ଜାବ ରେ କୃଷକ ସ୍କିମ ବାଛିବାର ସଂଖ୍ୟା ବହୁତ କମ ଅଛନ୍ତି । ରାଜସ୍ଥାନରେ କେବଳ ୩୫,୬୧୭,ପଞ୍ଜାବରେ ୧୨,୬୩୯ ଜଣ ପଞ୍ଜୀକରଣ କରାଇଛନ୍ତି । ଏହାଛଡା ପଶ୍ଚିମବଙ୍ଗରେ ମୋଟ ୭୦ ଲକ୍ଷ କୃଷକ ପରିବାର ଅଛନ୍ତି । କିନ୍ତୁ ମାତ୍ର ୪୦୩୨ ଜଣ ପଞ୍ଜୀକରଣ କରାଇଛନ୍ତି ।
ରେଜିଷ୍ଟ୍ରେସନ ପାଇଁ ଅବଶ୍ୟକ ତଥ୍ୟ –
-ପେନସନ ଯୋଜନାର ଲାଭ ପାଇବା ପାଇଁ କମନ ସର୍ଭିସ ସେଣ୍ଟରରେ ରେଜିଷ୍ଟ୍ରେସନ କରିବାକୁ ହେବ ।
-ଆଧାର କାର୍ଡ ଅବଶ୍ୟକ ଅଟେ ।
-ଯଦି ଆପଣଙ୍କୁ କୃଷକ ସ୍କିମର ଲାଭ ମିଳିନି ତେବେ ଖସରା-ଖତୋନୀର ଡୁପ୍ଲିକେଟ ଦେବାକୁ ହେବ ।
-୨ ଟି ଫୋଟେ ଓ ପାସବୁକ ମଧ୍ୟ ଅବଶ୍ୟକ ।
-ରେଜିଷ୍ଟ୍ରେସନ ପାଇଁ କୃଷକ ପେନସନ ୟୁନିକ ନମ୍ବର ଓ ପେନସନ କାର୍ଡ ବନାଯିବ ।
ସରକାର ଅଧା ପିମିୟମ ଦେବେ ।
ଏହି ଯୋଜନାରେ ଚାଷୀଙ୍କ କୌଣସି କ୍ଷତି ହେବ ନାହିଁ । ଏହାର ଅଧା ପ୍ରିମିୟମ ମୋଦୀ ସରକାରଙ୍କ ଦ୍ୱାରା ଦିଆଯିବ । କୃଷକ ଯେବେ ଚାହିଁବେ ସେବେ ବାହାର କରିପାରିବେ । ଏହି ସ୍କିମ ଛାଡିବା ଯାଏଁ ଚାଷୀ ଯେଉଁ ପଇସା ଜମା କରିଥିବେ, ତାହା ପରେ ବ୍ୟାଙ୍କର ସେଭିଙ୍ଗ ଆକାଉଣ୍ଟରେ ସୁଦ୍ଧ ମିଳିବ ।
୫ କୋଟି ଲୋକଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତି
ଏହି ପେନସନ ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୫ କୋଟି କୃଷକଙ୍କୁ ୬୦ ବର୍ଷ ହେବା ପରେ ୩୦୦୦ ଟଙ୍କା ଲେଖାଏଁ ଦିଆଯିବ । ସରାକାର ଏହି ଲାଭ ପ୍ରତି ୧୨ କୋଟି ଲଘୁ ଏବଂ ସିମୀତ କୃଷକଙ୍କୁ ଦେବା ପାଇଁ ଯୋଜନା ବନାଇଛନ୍ତି ।

ନ୍ୟୁନତମ ପିମିୟମ ୫୫ ଓ ଅଧିକତମ ପିମିୟମ ୨୦୦ଟଙ୍କା
ଯଦି ପଲିସି କରୁଥିବା କୃଷକର ମୃତ୍ୟୁ ହୋଇଯାଏ ,ତେବେ ତାଙ୍କ ପତ୍ନୀଙ୍କୁ ୫୦ ପ୍ରତିଶତ ମୁଲ୍ୟ ମିଳିବ । ଏହା ଏଲଆଇସି କୃଷକ ପେନସନ ଫଣ୍ଡ ମ୍ୟାନେଜ କରିବ । ଏହାର ନ୍ୟୁନତମ ପିମିୟମ ୫୫ ଓ ଅଧିକତମ ପିମିୟମ ୨୦୦ଟଙ୍କା ରହିବ । ଯଦି ମଝିରୁ କେହି ଏହି ପଲିସି ଛିାଡିବାକୁ ଚାହାନ୍ତି ତେବେ ଜମାରାଶି ଓ ସୁଦ୍ଧ ସେହି କୃଷକକୁ ମିଳିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking