28.1 C
Bhubaneswar
Friday, March 29, 2024
Homeଓଡିଶାଏକାମ୍ରକ୍ଷେତ୍ରର ବିକାଶ : ପ୍ରଶାସନର ଅପରିପକ୍ୱତା କହିଲେ ଅପରାଜିତା

ଏକାମ୍ରକ୍ଷେତ୍ରର ବିକାଶ : ପ୍ରଶାସନର ଅପରିପକ୍ୱତା କହିଲେ ଅପରାଜିତା

ଭୁବନେଶ୍ୱର : ଏନ୍‌ଏମ୍‌ଏ ଚିଠା ଅଧିନିୟମକୁ ନେଇ ଏବେ ରାଜନୈତିକ ବାଦବିବାଦ ଦେଖାଦେଇଛି । ଏହି ଘଟଣାରକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ଏକ ଗଣମାଧ୍ୟମକୁ ଦେଇଥିବା ବୟାନ ଅଧିକ ବିବାଦ ସୃଷ୍ଟି କରିଛି । ଏକାମ୍ରକ୍ଷେତ୍ରରେ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ସିଧା ଅଙ୍ଗୁଳି ଦେଖାଇଛନ୍ତି ଅପରାଜିତା । ଏପରିକି ଏଥିନେଇ ସେ ପ୍ରଶାସନର ଅପରିପକ୍ୱତା ବୋଲି ମତ ରଖିଛନ୍ତି । ଗୋଟିଏ ପଟେ ବିଜେଡି ମନ୍ତ୍ରୀ ଓ ସମର୍ଥକମାନେ ଅପରାଜିତାଙ୍କୁ ନିଶାନା କରିଥିବାବେଳେ ଅପରପଟରେ ସେ ପାଲଟା ଆକ୍ରମଣ କରିଛନ୍ତିି । ସେ ଅତି ସାଂଘାତିକ ମତ ରଖିଥିବା ତାଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ୁଛି ।

ଏହି ଅଧିନିୟମକୁ ବିରୋଧ ପରେ ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ଏହାକୁ ବାଦ୍ ଦିଆଯାଇଛି । କିନ୍ତୁ ଭୁବନେଶ୍ୱରର ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏହା ବଳବତର ରହିଛି । ଏହି ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ଉଭୟ ମନ୍ଦିରର ୩୦୦ମିଟର ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ । ଏସ୍‌ଆଇର ବିନା ଅନୁମତିରେ କେହି କିଛି କାର୍ଯ୍ୟ କରିପାରିବେ ନାହିଁ । ଏହା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପାଇଁ ଏକାମ୍ରକ୍ଷେତ୍ରର ଯେଉଁ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ତାହା ବାଧାପ୍ରାପ୍ତ ହେବ । ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି ତାକୁ ବନ୍ଦ କରିବାକୁ ପଡ଼ିବ । ଭୁବନେଶ୍ୱର ସାଂସଦ ଭାବରେ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ମୁହଁ ନଖୋଲି ନିରବ ରହିବାକୁ ନେଇ ଏବେ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ବିଜେଡି ପକ୍ଷରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରାଯାଇଛି । ଅବଶ୍ୟ ବିଭିନ୍ନ ସଂଗଠନ ବି ଅପରାଜିତାଙ୍କୁ ବିରୋଧ କରିବାକୁ ଆଗେଇ ଆସିଛନ୍ତି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପରାଜିତାଙ୍କର କାଟୁର୍ନ ଫଟୋ ଓ ସମାଲୋଚନା ମୂଳକ ଲେଖା ପ୍ରକାଶ ପାଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟ୍ୱିଟ୍ କରି ଅପରାଜିତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବଡ଼ୁ ସେବାୟତ ନିଯୋଗ ଲିଙ୍ଗରାଜ ମନ୍ଦିର ଭିତରକୁ ଅପରାଜିତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଛି ।

ଏହି ବିବାଦ ଉଠିବା ପରେ ଦିଲ୍ଲୀରେ ଥିôବା ଅପରାଜିତା ଷଡ଼ଙ୍ଗୀ ଏହା ଉପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରତିକ୍ରିୟାରେ ସେ ଯାହା କହିଛନ୍ତି ସେଥିରେ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକୁ କଟାକ୍ଷ କରିଛନ୍ତି । ଅପରାଜିତା ଚତୁରତାର ସହ ମତ ରଖି ଗୋଟିଏ ପଟେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ସମର୍ଥନ କରି ଅନ୍ୟପଟେରେ କଟୁ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ‘ ବିକାଶକୁ ବିରୋଧ କରିବାର ପ୍ରଶ୍ନ ଉଠୁନି ଆମେ ସମସ୍ତେ ଚାହୁଁଛୁ ବିକାଶ । କିନ୍ତୁ ମୁଁ ଗୋଟିଏ କଥା କହିବି,

ଯେତେବେଳେ ବିକାଶ କାର୍ଯ୍ୟ ହାତକୁ ନିଆଯାଉଛି ସେତେବେଳେ ଉତ୍ସାହ ରହିିବା ଦରକାର ଏଇଟା ଭଲ କଥା କିନ୍ତୁ ଆଇନ୍‌କୁ ଦେଖିକି କାମ କରିବା କଥା । ଯାହା ନୀତି ନିୟମ ଓ ରେଗୁଲେସନ୍ ଅଛି ତାକୁ ଦେଖିକି କାମ କରିବା କଥା । ଆଉ ଯେତେ ଷ୍ଟକ୍ ହୋଲଡର୍ ଅଛନ୍ତି ତାଙ୍କ ମତାମତ ନେଇ କାମ କରିବା କଥା । କିଛିଟା ପାଠ ପଢ଼ିକି କାମ କରିବା କଥା । ଯେଉଁ ଘଟଣାଟି ହେଲା ଏଏସ୍‌ଆଇ ତରଫରୁ ହେଲା, ଏଏସ୍‌ଆଇ ଅବ୍‌ଜେକ୍‌ସନ୍ କଲା ମୁଁ ଯେତିକି ଜାଣିଛି କହିବି, ଏହା ଶାସନର ଅପରିପକ୍ୱତା କହିଲେ ଅତ୍ୟୁକ୍ତି ହେବନାହିଁ। ଆର୍କୋଲେଶଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ( ଏଏସ୍‌ଆଇ)ର କନ୍‌ସର୍ନକୁ (ଦୃଷ୍ଟି)କୁ ନେଇ କାମ କରିବା କଥା’ ।

ଏଥିରୁ ଅପରାଜିତା କେତେ ସାଂଘାତିକ ମତ ରାଜ୍ୟ ସରାକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ରଖିଛନ୍ତି ତାହା ସ୍ପଷ୍ଟ । ଏଏସ୍‌ଆଇକୁ ବିଶ୍ୱାସକୁ ନନେଇ ବା ଏଏସ୍‌ଆଇର ମତାମତ ନନେଇ ଆଲୋଚନା ନକରି ରାଜ୍ୟ ସରକାର ଏକାମ୍ରକ୍ଷେତ୍ରର ବିକାଶ କାର୍ଯ୍ୟ କରୁଛନ୍ତି । ଏହି ଅଞ୍ଚଳ ଏଏସ୍‌ଆଇ ଅଧିନରେ ରହୁଥିବାରୁ ଏଏସ୍‌ଆଇର ଯାହା ନୀତିନିୟମ ରହିଛି ତାକୁ ରାଜ୍ୟ ସରକାର କିଭଳି ଅନୁଧ୍ୟାନ କଲେ ନାହିଁ । କିଛି ନପଢ଼ି ନସୁଜି ମନ ଇଛା କାର୍ଯ୍ୟ କରାଯାଇଛି । ଯାହାକି ପ୍ରଶାସନିକ ଅପରିପକ୍ୱତାକୁ ଦର୍ଶାଉଛି ବୋଲି ଅପରାଜିତା କହିଛନ୍ତି। ରାଜ୍ୟ ସରକାର ଯେଉଁ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି ତାହା ସମ୍ପୂର୍ଣ୍ଣ ମନମୁଖି ବୋଲି ଅପରାଜିତା ଦର୍ଶାଇବାକୁ ଚାହିଁଛନ୍ତି ।

ଏକାମ୍ରକ୍ଷେତ୍ର ପାଇଁ ଏନଏମଏକୁ ବିରୋଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking