26.1 C
Bhubaneswar
Wednesday, May 8, 2024
Homeଓଡିଶାଦିନେ ଦୁଇଦିନରେ ଆଇଟିଆଇ ଓ ଡିପ୍ଲୋମା କ୍ଲାସ ନିଷ୍ପତ୍ତି

ଦିନେ ଦୁଇଦିନରେ ଆଇଟିଆଇ ଓ ଡିପ୍ଲୋମା କ୍ଲାସ ନିଷ୍ପତ୍ତି

ଭୁବନେଶ୍ୱର: ଦିନେ ଦୁଇ ଦିନ ଭିତରେ ଆଇଟିଆଇ ଓ ଡିପ୍ଲୋମା ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଇପାରେ । ଆଇଟିଆଇ ଓ ଡିପ୍ଲୋମା ଫାଇନାଲ ସେମିଷ୍ଟର କ୍ଲାସ ଖୋଲିବା ନିଷ୍ପତ୍ତି ନିଆଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ,ଆଜିଠୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପା‌ଠପଢ଼ା ହେବାକୁ ଥିବାରୁ ସବୁ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍‌ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ଇତିମଧ୍ୟରେ ଜିଲ୍ଲା ଗସ୍ତ କରିଛନ୍ତି। ସକାଳ ୧୦ଟାରୁ କ୍ଲାସ୍‌ ଆରମ୍ଭ ହେବାକୁ ଥିବାରୁ ପ୍ରଥମଦିନ ଏହାର ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ପିଲାମାନେ କ୍ୟାମ୍ପସ୍‌ରେ ପ୍ରବେଶ ସମୟରେ ଯେପରି ସାମାଜିକ ଦୂରତା ରକ୍ଷାକରିବେ, ପ୍ରଧାନଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।

ସୂଚନା ଅନୁସାରେ, କ୍ୟାମ୍ପସ୍‌ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍‌ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ହେଲପ୍‌ ଲାଇନ୍‌ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲ୍‌ରେ ଆଇସୋଲେସନ୍‌ ରୁମ୍‌ ଖୋଲାଯିବ। କୋଭିଡ୍‌ ମନିଟରିଂ ଟିମ୍‌ ଗଠନ କରାଯିବ। ସ୍କୁଲ ଖୋଲିବାର ୩୦ ମିନିଟ୍‌ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍‌ ପର୍ଯ୍ୟନ୍ତ ଟିମ୍‌ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ। ପ୍ରତିଦିନ ସ୍କୁଲ ସଫେଇ କରାଯିବ।

ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ। ପୂର୍ବପରି ଅନ୍‌ଲାଇନ୍‌ରେ ପାଠପଢା ଚାଲିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍‌ଲାଇନ୍‌ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ। ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି। ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking