30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଏମିତି ବି ଆସେ ମୃତ୍ୟୁ ... ମୃତ୍ୟୁର କିଛି ସମୟ ପୂର୍ବରୁ କରିଥିଲେ ଏହି ପୋଷ୍ଟ

ଏମିତି ବି ଆସେ ମୃତ୍ୟୁ … ମୃତ୍ୟୁର କିଛି ସମୟ ପୂର୍ବରୁ କରିଥିଲେ ଏହି ପୋଷ୍ଟ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କିନ୍ନରଠାରେ କିନ୍ନର ଭୂସ୍ଖଳନରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୟପୁରର ୩୪ ବର୍ଷିୟା ମହିଳା ଆୟୁର୍ବେଦ  ଡ  ଦୀପା ଶର୍ମା। ଦୀପା ପ୍ରଥମ ଥର ପାଇଁ ଏକାକୀ ଯାତ୍ରା କରିବାକୁ ଯାଇଥିଲେ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କେହି ବି ଭାବି ନଥିଲେ ଯେ ସୋସିଆଲ ମିଡିଆରେ ସେ ଯେଉଁ ପ୍ରକୃତିର ସୌନ୍ଦର୍ଯ୍ୟ ବିଷୟରେ ନିଜ ପରିବାର ଓ ବନ୍ଧୁଙ୍କ ସହ ସେୟାର କରୁଥିଲେ ତାହା ତାଙ୍କ ଜୀବନର ଶେଷ ପୋଷ୍ଟ ହେବ ।

ଦୀପା ଶର୍ମା ମାତ୍ର ୨୫ ମିନିଟ୍‌ ପୂର୍ବରୁ ନିଜ ଫଟୋ ଟୁଇଟ୍‌ କରିଥିଲେ । ସେଥିରେ ଲେଖିଥିଲେ, ସାଧାରଣ ନାଗରିକମାନଙ୍କୁ ଛଡ଼ା ଯାଉଥିବା ଭାରତର ଶେଷ ପ୍ରାନ୍ତରେ ଠିଆ ହୋଇଛି। ଏହି ଜାଗା ସେପଟକୁ ପ୍ରାୟ ୮୦ କିଲୋମିଟର୍ ଆଗରେ ଅଛି ତିବ୍ବତ, ଯାହାକୁ ଚୀନ୍‌ ବେଆଇନ ଭାବେ ଦଖଲ କରିଛି।’

ସୂଚନା ଯେ, ରାଜସ୍ଥାନର ରାଜଧାନୀ ଜୟପୁରର ଆୟୁର୍ବେଦୀୟ ଡାକ୍ତରାଣୀ ଦୀପା ୩୮ତମ ଜନ୍ମଦିନ ପାଳିବା ଲାଗି ପାର୍ବତ୍ୟ ରାଜ୍ୟକୁ ଯାଇଥିଲେ। ତାଙ୍କର ଭାଇ ମହେଶ କୁମାର ଶର୍ମା ତାଙ୍କର ମୃତ୍ୟୁ ଏବଂ ତାଙ୍କ ପ୍ରକୃତି ପ୍ରୀତି ସମ୍ବନ୍ଧରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜୁଲାଇ ୨୯ ପଡୁଥିବା ୩୮ତମ ଜନ୍ମଦିନ ପାଳିବା ଲାଗି ମୋ ଭଉଣୀ ଦୀପା ଶର୍ମା ସ୍ପିତି ଉପତ୍ୟକାକୁ ଯାଇଥିଲା। ଯୋଜନା ମୁତାବକ ହୋଇଥିବା ଏହି ଗସ୍ତ ପାଇଁ ସେ ଖୁବ୍‌ ଆନନ୍ଦିତ ଥିଲା । ସେ ପ୍ରକୃତି କୋଳରେ ହିଁ ମୃତ୍ୟୁବରଣ କଲା। ତା’ର ଆତ୍ମା ଶାନ୍ତି ପାଉ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking