30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ'ଶେରଶାହ' ଟ୍ରେଲର ରିଲିଜ

‘ଶେରଶାହ’ ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଫିଲ୍ମ ‘ଶେରଶାହ’ର ଟ୍ରେଲର ରିଲିଜ ହୋଇଯାଇଛି । ଦେଶଭକ୍ତିରେ ଭରପୂର ଥିବା ଏହି ଟ୍ରେଲରକୁ ଦେଖିବା ପରେ ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ । ଏହି ଫିଲ୍ମ କାରଗିଲ ଯୁଦ୍ଧର ନାୟକ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।
ଫିଲ୍ମ ‘ଶେରଶାହ’ରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ ଲିଡ ରୋଲରେ ନଜର ଆସିଛନ୍ତି । ଫ୍ୟାନ୍ସ ଏହାର ରିଲିଜକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ଟ୍ରେଲର ଦର୍ଶକଙ୍କ ରୋମାଂଚ ବଢାଇ ଦେଇଛି । କାରଗିଲ ଯୁଦ୍ଧରେ ବିକ୍ରମ ବତ୍ରାଙ୍କ ଅଦ୍ୟମ ସାହସ ପାଇଁ ଭାରତ ସରକାର ତାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରିଥିଲେ । କୁହାଯାଏ ଯୁଦ୍ଧ ମଧ୍ୟରେ ତାଙ୍କର କୋଡ୍ ନେମ୍ ‘ଶେରଶାହ’ ଥିଲା । ଫିଲ୍ମରେ ସିଦ୍ଧାର୍ଥ ବିକ୍ରମ ବତ୍ରାଙ୍କ ଚରିତ୍ରରେ ଅଛନ୍ତି । ଏହି ଚରିତ୍ର ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ଏହି ଫିଲ୍ମ ୧୨ ଅଗଷ୍ଟରେ ଓଟିଟିରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking