28.1 C
Bhubaneswar
Monday, May 27, 2024
Homeଖେଳଟି-୨୦ ବିଶ୍ୱକପ୍‌ରେ ଓପନ୍ କରିବେ ଇଶାନ୍‌!

ଟି-୨୦ ବିଶ୍ୱକପ୍‌ରେ ଓପନ୍ କରିବେ ଇଶାନ୍‌!

ଆବୁଧାବି: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଆଗାମୀ ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ ଓପ୍ନର୍ ଭାବେ ଦେଖିବାକୁ ଚାହାନ୍ତି ବୋଲି କହିଥିବା ଚଳିତ ଆଇପିଏଲ୍ ଲଗାତାର ଦୁଇଟି ଅର୍ଦ୍ଧଶତକ ସହ ଫର୍ମକୁ ଫେରିଥିବା ଯୁବ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ଇଶନ୍ କିଶନ୍ କହିଛନ୍ତି । ୨୩ ବର୍ଷୀୟ ଇଶାନ୍ ଚଳିତ ଆଇପିଏଲ୍‌ର ଅନ୍ତିମ ଦୁଇଟି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଓପ୍ନର୍ ଭାବେ ୩୨ ବଲ୍‌ରୁ ୮୪ ଏବଂ ୨୫ ବଲ୍‌ରୁ ଅପରାଜିତ ୫୦ ରନ୍ କରି ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଦୁଃଖର ବିଷୟ କୋଲ୍‌କାତା ନାଇଟ୍ ରାଇଜର୍ସ ତୁଳନାରେ କମ୍ ରନ୍‌ରେଟ୍ ଯୋଗୁଁ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା ।

ସମସ୍ତ ଫର୍ମାଟ୍‌ରେ ରୋହିତ ଶର୍ମା ଭାରତର ଓପ୍ନର୍ ହୋଇଥିବା ବେଳେ ଟି-୨୦ ମ୍ୟାଚ୍‌ରେ କେଏଲ୍ ରାହୁଲ ଓ ଅଧିନାୟକ ବିରାଟ କୋହଲି ତାଙ୍କ ସହିତ ଇନିଂସ୍ ଓପନ୍ କରିଥାନ୍ତି । ତେବେ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ସେମାନଙ୍କ ସହ ଇଶାନ୍ କିଶନ୍‌ଙ୍କୁ ଦେଖିବାକୁ ମିଳିପାରେ। ଖରାପ ଫର୍ମକୁ ନେଇ ନିକଟରେ ବିଚଳିତ ଥିବା କିଶନ୍ କହିଛନ୍ତି, ଇନିଂସ୍ ଓପନ୍ ମୋର ପସନ୍ଦ ହୋଇଥିବା ବେଳେ  ବିରାଟ ଭାଇ ମଧ୍ୟ ତାହା ଚାହାନ୍ତି । ସେ କହିଥିଲେ, ତୁମକୁ ଓପ୍ନର୍ ଭାବେ ଚୟନ କରାଯାଇଛି ଏବଂ ଏଥିପାଇଁ ତୁମକୁ ପ୍ରସ୍ତୁତ ରହିବାକୁ ହେବ । ତେବେ ବଡ଼ ଟୁର୍ଣ୍ଣାମେଣ୍ଟ୍ ପାଇଁ ପ୍ରସ୍ତୁତି ହିଁ ସବୁକିଛି । ଟି-୨୦ ବିଶ୍‌କପ୍ ପରି ଏକ ମେଗା ଇଭେଣ୍ଟ୍ ପୂର୍ବରୁ ଫର୍ମ ଫେରି ପାଇଥିବାରୁ କିଶାନ୍ ବହୁତ ଖୁସି ଅଛନ୍ତି । ବିଶ୍ୱକପ୍ ପୂର୍ବରୁ ଫର୍ମ ଫେରିପାଇବା ମୋ ସହ ଟିମ୍ ପାଇଁ ଏହା ଏକ ଭଲ ଖବର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking