30.1 C
Bhubaneswar
Thursday, April 25, 2024
Homeଓଡିଶାକିରାଣିଙ୍କ ଦରମା ୭ ଦିନ ଭିତରେ ଦେବାକୁ ହାଇକୋର୍ଟଙ୍କ  ନିର୍ଦ୍ଦେଶ

କିରାଣିଙ୍କ ଦରମା ୭ ଦିନ ଭିତରେ ଦେବାକୁ ହାଇକୋର୍ଟଙ୍କ  ନିର୍ଦ୍ଦେଶ

କଟକ:  ଚୌଦ୍ୱାର କଲେଜର ପୂର୍ବତନ କିରାଣି ରବିନ୍ଦ୍ର ପୃଷ୍ଟିଙ୍କ ଦରମା ୭ ଦିନ ମଧ୍ୟରେ  ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଗତ ଏପ୍ରିଲ ମାସରୁ ଦରମା ୭ ଟି କାର୍ଯ୍ୟ ଦିବସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥଙ୍କ ଇଜିଲାସ ଆଦେଶ ଦେଇଛନ୍ତି । ଚୌଦ୍ୱାର କଲେଜ ପୂର୍ବତନ କିରାଣୀ ରବିନ୍ଦ୍ର ପୃଷ୍ଟିର ଅନୁଦାନ ପ୍ରତ୍ୟାହାର ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶାଳୟ , ଭୁବନେଶ୍ୱର, ପତ୍ରସଂଖ୍ୟା ୫୪୬୯ ରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।  ଇତି ମଧ୍ୟରେ ତାଙ୍କର ନରସିହଂପୁର କଲେଜକୁ ବଦଳି ହୋଇଥିଲା ।

ଏହି ପ୍ରସଙ୍ଗରେ  ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ହୋଇଥିବା ତଦନ୍ତ ଆଧାରରେ ତାକୁ  ଜବାବ ତଲବ କରାଯିବା ପରେ ତାଙ୍କ ଅନୁଦାନକୁ ପ୍ରତ୍ୟାହାର କରି ନିଆଯାଇଥିଲା ।  ଫଳରେ ଗତ ଏପ୍ରିଲ ମାସ ପହିଲାରୁ ସେ ଆଉ ପୂର୍ଣ୍ଣ ଅନୁଦାନ ପାଇବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଥିଲା । ୧୯୬୯ ଶିକ୍ଷା ଆଇନ ଧାର ୭ (ଘ) ଅନୁଯାଇ ତାଙ୍କର ଅନୁଦାନ ପ୍ରତ୍ୟାହାର ହେଲା ବୋଲି ତାଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା । ଏପରି ନିର୍ଦ୍ଦେଶନାମା ବିରୋଧରେ ଆବେଦନକାରୀ ଶ୍ରୀ ପୃଷ୍ଟି ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ନରସିଂହପୁର କଲେଜ ଅଧ୍ୟକ୍ଷଙ୍କୁ ଏକ ଅନ୍ତରିଣ ଆଦେଶ ଦେଇଛନ୍ତି ଯେ ଗତ ଏପ୍ରିଲ ମାସରୁ ବନ୍ଦ ହୋଇ ରହିଥିବା ଶ୍ରୀ ପୃଷ୍ଟିଙ୍କ  ଦରମା ୭ ଟି କାର୍ଯ୍ୟ ଦିବସ ଭିତରେ  ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking