31.1 C
Bhubaneswar
Monday, June 17, 2024
Homeଅପରାଧବୁଥରେ ଭଙ୍ଗାରୁଜା ପରେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ

ବୁଥରେ ଭଙ୍ଗାରୁଜା ପରେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ

ବୋଲଗଡ : ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି, ବୁଥରେ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ପ୍ରଶାନ୍ତଙ୍କୁ ନିଜ ସହ କାର୍ ରେ ବସାଇ, ଖସାଇ ନେବାକୁ ଉଦ୍ୟମ କରୁଥିଲେ ସାଂସଦ ଅପରାଜିତା ଷଡଙ୍ଗୀ। ଫେଲ୍ ମାରିଲା ଉଦ୍ୟମ, ଗୋଡାଇ ଗୋଡ଼ାଇ ପ୍ରଶାନ୍ତଙ୍କୁ ଧରିଲା ପୋଲିସ୍ । ବୋଲଗଡ ଥାନାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଟକ ରଖିଛି ପୋଲିସ । ପ୍ରଶାନ୍ତଙ୍କୁ ଗୋଡାଇ ଗୋଡାଇ ଅପରାଜିତାଙ୍କ ଗାଡିରୁ ଧରିଲା ପୋଲିସ । ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଗାଡିରେ ପଳାଇଆସୁଲେ ଅପରାଜିତା । କାର ଭିତର ପଛ ସିଟରେ ପ୍ରଶାନ୍ତଙ୍କ ସହ ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୂଚନା ଅନୁଯାୟୀ , ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଫେରାର ହୋଇଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ପୋଲିଂ ଅଫିସରଙ୍କୁ ବି ଆକ୍ରମଣ କରିଥଲେ। ତେବେ ହିଂସାକାଣ୍ଡ ପରେ ଅପରାଜିତାଙ୍କ ଗାଡିରେ ବସି ପଳାଇଯାଉଥିବା ବେଳେ ପୋଲିସ ତାଙ୍କୁ ଅପରାଜିତାଙ୍କ ଗାଡିରୁ ଧରିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking