32.1 C
Bhubaneswar
Friday, April 26, 2024
Homeକରୋନାଯାହାକୁ ରଖିବେ ଅନନ୍ତ! ୧୦ ମାସରେ ୪୩ ଥର ଆକ୍ରାନ୍ତ, ତଥାପି ସୁସ୍ଥ

ଯାହାକୁ ରଖିବେ ଅନନ୍ତ! ୧୦ ମାସରେ ୪୩ ଥର ଆକ୍ରାନ୍ତ, ତଥାପି ସୁସ୍ଥ

ଲଣ୍ଡନ: ବ୍ରିଟେନର ଜଣେ ୭୨ ବର୍ଷୀୟ ବୃଦ୍ଧ ବିଗତ ୧୦ ମାସ ମଧ୍ୟରେ ୪୩ ଥର କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଈଶ୍ୱରଙ୍କ କୃପାରୁ ଏପର୍ଯ୍ୟନ୍ତ ଏହାର ପ୍ରକୋପରୁ ବର୍ତ୍ତିଯାଇଥିବା ଘଟଣା ବ୍ରିଟେନରେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରିଷ୍ଟଲ ନିବାସୀ ଡେଭ୍ ସ୍ମିଥ୍ ନାମକ ଏହି ବ୍ୟକ୍ତି ପେସାରେ ଜଣେ ଡ୍ରାଇଭିଂ ଇନ୍‌ଷ୍ଟ୍ରକ୍ଟର । ବିଗତ ୧୦ ମାସ ମଧ୍ୟରେ ମୋଟ ୪୩ ଥର ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏହା ଏକ ବିଶ୍ୱ ରେକର୍ଡ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । ଏଥିମଧ୍ୟରୁ ତାଙ୍କୁ ୭ ଥର ଡାକ୍ତରଖାନା ଯିବାକୁ ପଡିଥିଲା । ଅନ୍ୟ ସବୁଥର ନିଜ ଘରେ କ୍ୱାରେଣ୍ଟାଇନରେ ରହୁଥିଲେ  ବୋଲି ପତ୍ନୀ ଲିଣ୍ଡା କହିଛନ୍ତି ।

ଡେଭ୍ କହିଛନ୍ତି ଯେ ପ୍ରତ୍ୟେକଥର ଚିହ୍ନଟ ହେବାପରେ ସେ ଭାବୁଥିଲେ, ତାଙ୍କର ବୋଧହୁଏ ଶେଷ ସମୟ ଆସିଯାଇଛି । ଏପରିକି ନିଜର ଅନ୍ତ୍ୟେଷ୍ଟିକ୍ରିୟା ପ୍ରସଙ୍ଗରେ ପତ୍ନୀଙ୍କ ସହ ଆଲୋଚନା କରିଥିଲେ ବୋଲି ବିବିସିକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି । ବ୍ରିଟେନ ସରକାରଙ୍କ ଅନୁମୋଦନ ପାଇନଥିଲେ ସୁଦ୍ଧା ଡେଭ୍‌ଙ୍କୁ ଆମେରିକୀୟ କମ୍ପାନୀ ରେଗରିନେରନ ଦ୍ୱାରା ପ୍ରସ୍ତୁତ ଔଷଧ ଦିଆଯାଉଥିଲା । ପ୍ରଥମ ସଂକ୍ରମିତ ହେବାର ୩୦୫ ଦିନ ପରେ ସେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହୋଇଥିଲେ । ଏତେଥର ପୁନର୍ଜନ୍ମ ପାଇଥିବାରୁ ସେଦିନ ପତ୍ନୀଙ୍କ ସହ ଏକ ସାମ୍ପେନ୍ ବୋତଲ ଖୋଲି ସେଲିବ୍ରେଟ୍ କରିଥିବା ଡେଭ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking