27.1 C
Bhubaneswar
Tuesday, May 7, 2024
Homeଓଡିଶାମହିଳାଙ୍କୁ ନିର୍ଯାତନା: କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ମହିଳାଙ୍କୁ ନିର୍ଯାତନା: କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ପୁଲବାଣୀ : ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ନେଇ ଜଣେ ମହିଳା ଥାନାରେ ଏତଲା ଦେଇଥିଲେ ମଧ୍ୟ ଥାନା କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ସବୁ ଦିଗରୁ ନିରାଶ ହୋଇ ସଂପୃକ୍ତ ମହିଳା ଜଣକ ଆଜି କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତର ଗୋଚ୍ଛାଗୁଡା ଗ୍ରାମର ସଞ୍ଜିତା ନାୟକ ଗୁରୁଗୁଡା ଗ୍ରାମର ଅବସାଲେମ ପରାସେଠଙ୍କୁ ଗତ ୨୦୨୦ରେ ପ୍ରେମ ବିବାହ କରିଥିଲେ । ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏପରିକି ଜୋର ଜବରଦସ୍ତ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା ବୋଲି ସଂଜିତା ଥାନାରେ ଅଭିଯୋଗ କରିଛନ୍ତି । ଏ ବିଷୟରେ କାହାକୁ କହିଲେ ତାଙ୍କୁ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲେ ।

ଗତ ମାସ ୨୭ ତାରିଖରେ ସ୍ୱାମୀ ରାଉରକେଲା କାମ କରିବାକୁ ଯିବେ ବୋଲି କହି ତାଙ୍କୁ ଆଣି ବାପ ଘରେ ଛାଡି ଦେଇଥିଲେ । ପରେ ଅବସାଲେମ ଆଉ ଜଣେ ଝିଅକୁ ଧରି ଫେରାର ହୋଇ ଯଇଥିିବା ନେଇ ସଂଜିତା ଖବର ପାଇଥିଲେ । ଏହି ଖବର ଶୁଣିବା ପରେ ସଂଜିତା ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କୁ ଘରେ ରଖି ପୁଣି ନିର୍ଯାତନା ଦେଇଥିଲେ । ଏ ନେଇ ସଂଜିତା ବାପଘରକୁ ଜଣାଇବାରେ ବାପଘର ଲୋକେ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ । ସଂଜିତା ଏ ନେଇ ଗତ ୨ ତାରିଖରେ ଏତାଲା ଦେଇଥିଲେ । ତେବେ ତୁମୁଡିବନ୍ଧ ପୁଲିସ ଆଜି ପର୍ଯ୍ୟନ୍ତ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ତେଣୁ ଆଜି ସଂଜିତା ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିବେଦନ କରିଛନ୍ତି । ତୁମୁଡିବନ୍ଧ ଥାନା ଅଧିକାରୀ ତରୁଣ ତପନ ବେହେରା କହିଛନ୍ତି ଯେ, ଅଭିଯୁକ୍ତ ମାନଙ୍କ ବିରୋଧରେ ମାମଲା କରାଯାଇଛି ।  ସେମାନେ ଏବେ ବାହାରେ ଅଛନ୍ତି । ତେବେ  ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking