35.1 C
Bhubaneswar
Sunday, May 19, 2024
Homeକରୋନାଖୁବ୍‌ଶୀଘ୍ର ଆସୁଛି ସୁପର ଟିକା, ୨୦୨୨ରେ ମାନବ ପରୀକ୍ଷଣ!

ଖୁବ୍‌ଶୀଘ୍ର ଆସୁଛି ସୁପର ଟିକା, ୨୦୨୨ରେ ମାନବ ପରୀକ୍ଷଣ!

ୱାଶିଂଟନ: କୋଭିଡ୍‌ର ସମସ୍ତ ନୂଆ ଭାରିଆଣ୍ଟ୍‌କୁ ସଠିକ୍ ଢଙ୍ଗରେ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ଖୁବଶୀଘ୍ର ଏକ ସୁପର ଟିିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଆମେରିକାର ନର୍ଥ କାରୋଲାଇନା ବିଶ୍ୱବିଦ୍ୟାଳୟସ୍ଥିତ ଜିଲିଙ୍ଗ୍ ସ୍କୁଲ ଅଫ୍ ଗ୍ଲୋବାଲ ପବ୍ଲିକ ହେଲଥ୍‌ରେ ଗବେଷଣାରତ ବୈଜ୍ଞାନିକମାନେ ଏ ଦିଗରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା କୁହାଯାଇଛି । ୨୦୨୨ରେ ସୁପର ଟିକାର ମାନବ ପରୀକ୍ଷଣ ପାଇଁ ସେମାନେ ଲକ୍ଷ୍ୟଧାର୍ଯ୍ୟ କରିଥିବା କହିଛନ୍ତି । ଏହି ଟିକାକୁ ସେମାନେ ହାଇବ୍ରିଡ୍ ଭ୍ୟାକ୍ସିନ (ସଙ୍କର ଜାତୀୟ ଟିକା) ବୋଲି ଅଭିହିତ କରିଛନ୍ତି । କୋଭିଡ୍‌ର ସଦ୍ୟତମ ଡେଲ୍‌ଟା ଭାରିଆଣ୍ଟ୍ ସମେତ ଭବିଷ୍ୟତରେ ସମ୍ଭାବ୍ୟ ଅନ୍ୟ ଯେକୌଣସି ଭାରିଆଣ୍ଟ୍‌ର ମୁକାବିଲା କରିବାରେ ଏହି ସୁପର ଟିକା ଫଳପ୍ରଦ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ବୈଜ୍ଞାନିକମାନେ ଏହି ଟିକାକୁ ଏକ ମୂଷା ଶରୀରରେ ପ୍ରବେଶ କରାଇ ପରୀକ୍ଷା କରିଛନ୍ତି ।

ଟିକା ଦିଆଯିବାପରେ ଉକ୍ତ ମୂଷା ଶରୀରରେ କୋଭିଡ୍ ଭାରିଆଣ୍ଟ୍‌କୁ ହଟାଇବାକୁ ଯଥେଷ୍ଟ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ପରୀକ୍ଷାରୁ ଜଣାପଡିଛି । ଉକ୍ତ ଟିକା ଦ୍ୱାରା ମୂଷା ଶରୀରରେ କୋଭିଡ୍ ଭାରିଆଣ୍ଟ୍ ସମେତ ଗ୍ରୁପ୍ ୨ବି ଭଳି ଅନ୍ୟ କରୋନା ଭୂତାଣୁ ମଧ୍ୟ କ୍ଷତି ପହଞ୍ଚାଇପାରିନଥିବା କୁହାଯାଇଛି । କୋଭିଡ୍‌ର ସବୁଠାରୁ ଶକ୍ତିଶାଳୀ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍‌କୁ ମୁକାବିଲା କରିବା ନିମନ୍ତେ ମୂଷା ଶରୀରରେ ଯଥେଷ୍ଟ ପ୍ରତିଷେଧକ ଶକ୍ତି ଉତ୍ପନ୍ନ ହୋଇଥିବା ସେମାନେ କହିଛନ୍ତି । ଜୀବଜନ୍ତୁଙ୍କଠାରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହେଉଥିବା କୋଭିଡ୍ ଭୂତାଣୁର ମୁକାବିଲା କରିବାକୁ ଏହି ଟିକା ବର୍ତ୍ତମାନ କାର୍ଯ୍ୟକ୍ଷମ ପ୍ରମାଣିତ ହୋଇଛି ।

ଭବିଷ୍ୟତରେ କୋଭିଡ୍ ସମେତ ଅନ୍ୟ ଭୂତାଣୁ ପ୍ରକୋପରୁ ମଣିଷଙ୍କୁ ରକ୍ଷା କରିବାକୁ ଏଭଳି ସୁପର ଟିକା ପ୍ରସ୍ତୁତି ସହଜ ହେବ ବୋଲି ଜଣେ ବୈଜ୍ଞାନିକ କହିଛନ୍ତି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ସାର୍ସ ଓ କୋଭିଡ୍‌-୧୯ ଭୂତାଣୁର ଆବିର୍ଭାବ ଘଟିଥିବାବେଳେ ବୈଜ୍ଞାନିକମାନେ ବର୍ତ୍ତମାନ ସାର୍ବେକୋଭାଇରସ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା ଜଣାପଡିଛି । ବୈଜ୍ଞାନିକମାନେ ଏହାକୁୁ ‘ଗ୍ରୁପ୍ ୨ବି’ ଆଖ୍ୟା ଦେଇଛନ୍ତି । ପ୍ରସ୍ତାବିତ ସୁପର ଟିକା ଦ୍ୱାରା ଭବିଷ୍ୟତରେ କୋଭିଡ୍‌ର ଯେକୌଣସି ଭାରିଆଣ୍ଟ୍‌କୁ ଅକାମୀ କରାଯାଇପାରିବ ବୋଲି ମହାମାରୀ ବିଶେଷଜ୍ଞ ଡଃ ରାଲ୍‌ଫ ବରିକ୍ କହିଛନ୍ତି । ବୈଜ୍ଞାନିକଙ୍କ ସୁପର ଟିକା ସଂକ୍ରାନ୍ତ ରିପୋର୍ଟ ଆମେରିକାର ପ୍ରମୁଖ ଜର୍ଣ୍ଣାଲ ‘ସାଇନ୍ସ’ରେ ପ୍ରକାଶିତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking