29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ୫୦% ହ୍ରାସ ପାଇଛି

କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ୫୦% ହ୍ରାସ ପାଇଛି

ଶ୍ରୀନଗର:  ଚଳିତବର୍ଷ ପ୍ରାରମ୍ଭରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ବୋଲି ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ ଡି.ପି.ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସତ୍ତ୍ୱେ ସୀମାପାର ଆତଙ୍କବାଦୀ ସଂଗଠନର ପ୍ରୋତ୍ସାହନ ପାଇ କଶ୍ମୀର ମାଟିରେ ସକ୍ରିୟ ଥିବା ହାତଗଣତି ଆତଙ୍କବାଦୀମାନେ କାଁ ଭାଁ ହିଂସା ଘଟାଉଥିବାରୁ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେଇପାରୁନଥିବା ସେ କହିଛନ୍ତି । ଏମାନେ ବର୍ତ୍ତମାନ ସାଧାରଣ ନାଗରିକ, ରାଜନେତା ଓ ନିରସ୍ତ୍ର ପୁଲିସ କର୍ମୀଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି । ବିଗତ କିଛି ମାସ ଧରି କଶ୍ମୀର ଉପତ୍ୟକାରେ ଶାନ୍ତି ଓ ସ୍ଥିରତା ଅନେକାଂଶରେ ଫେରିଆସିଥିବାରୁ ଏହି ଆତଙ୍କବାଦୀମାନେ ଏକପ୍ରକାର ହତୋତ୍ସାହ ହୋଇପଡିଥିବା ସେ କହିଛନ୍ତି । ତେବେ ଜମ୍ମୁ-କଶ୍ମୀର ପୁଲିସ ଓ ସେନା ଯବାନ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆଗାମୀ ଦିନରେ ଏମାନେ ମଧ୍ୟ ଆତଙ୍କବାଦ ମାନଚିତ୍ରରୁ ବାଦପଡିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking