35.1 C
Bhubaneswar
Sunday, May 19, 2024
Homeଓଡିଶାଅବ୍ୟବସ୍ଥା ଘେରରେ ବେରୁଆଁପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଅବ୍ୟବସ୍ଥା ଘେରରେ ବେରୁଆଁପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର

ଢେଙ୍କାନାଳ : ସଂପ୍ରତି ଜିଲ୍ଲାରେ ଦିନକୁ ଦିନ ପ୍ରାଣୀ ମାନଙ୍କ ଚିକିତ୍ସାରେ ଅବହେଳା ଦେଖିବାକୁ ମିଳୁଛି । ଯାହାକୁ ନେଇ ଜରୁରୀ ସମୟରେ ଅନେକ ଗୃହପାଳିତ ପ୍ରାଣୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେରୁଆଁପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ । ଏହି ସବୁ ସମସ୍ୟାକୁ ନେଇ ସ୍ଥାନୀୟ ଅଚଂଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଗାଲପଡା ପଚାଂୟତର ବେରୁଆଁପାଳ ଗ୍ରାମରେ ଥିବା ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରରେ କେବଳେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ନେଇ ଚାଲୁଛି ।

ନିରୀକ୍ଷକ ୩ ଟି ପ୍ରାଣୀ ଚିକିତ୍ସା ଦାୟିତ୍ୱରେ ରହିଥିବାରୁ ଏଠାକୁ ଆସିପାରୁନାହାନ୍ତି । ଏହି ପ୍ରାଣୀ ଧନ ଚିକିତ୍ସାକେନ୍ଦ୍ରକୁ ସପ୍ତାହରେ ଦୁଇ ଦିନ ଆସୁଥିବା ବେଳେ ଅନ୍ୟଦିନ ଗୁଡିକରେ ଗୃହପାଳିତ ପଶୁମାନେ ଚିକିତ୍ସା ପାଇପାରୁନାହାନ୍ତି । ଏଠାରେ ମଧ୍ୟ କୈାଣସି ପିଅନ ନଥିବାରୁ କାର୍ଯ୍ୟାଳୟ ପରିସର ସଫା ସୁତର କରାଯାଉନାହିଁ । ସପ୍ତାହରେ ଦୁଇ ଦିନ ଛାଡିଦେଲେ ଅନ୍ୟ ଦିନ ଗୁଡିକରେ ତାଲା ପଡିଥାଏ । ଯାହା ଫଳରେ ସ୍ଥାନୀୟ ଅଚଂଳରେ ଗୃହପାଳିତ ପଶୁମାନଙ୍କର ଦେଶି ଚିକିତ୍ସା କରାଯାଉଛି । ମାତ୍ର ଏହି କେନ୍ଦ୍ରରେ ଚିକିତ୍ସା କାର୍ଯ୍ୟ ଠିକ୍ ଭାବେ ମିଳିପାରୁନଥିବାରୁ ଜରୁରୀ ସେବା ପାଇବାରୁ ବଚିଂତ ହେଉଛନ୍ତି ଲୋକେ । ତେଣୁ ଅନେକ ପ୍ରାଣୀ ମଧ୍ୟ ଚିକିତ୍ସା ଅଭାବରୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଉକ୍ତ କେନ୍ଦ୍ରରେ ତୁରନ୍ତ ପିଅନ ଓ ଚିକିତ୍ସକ ନିଯୁକ୍ତ କରିବାକୁ ଅଚଂଳବାସୀ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking