32.1 C
Bhubaneswar
Friday, April 26, 2024
Homeକରୋନାକୋରନା ସତର୍କତା : ନୋଟ୍ ବ୍ୟବହାର ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

କୋରନା ସତର୍କତା : ନୋଟ୍ ବ୍ୟବହାର ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ବି ଏଥିରେ ସାମିଲ ହୋଇଛି। ଆସୋସିଏସନ୍ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କରେନ୍ସି ନୋଟ୍ ଧରିଲା ପରେ ଭଲ ଭାବେ ହାତ ଧୋଇବାକୁ ଆସୋସିଏସନ ପରାମର୍ଶ ଦେଇଛି। ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି। ହାତରେ ଟଙ୍କା ଧରିଲା ପରେ ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ଭଲ ଭାବେ ହାତ ଧୁଅନ୍ତୁ। ଏହା ସହିତ ଏଭଳି ସମୟରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଅନ୍ତୁ । ଯଥା ସମ୍ଭବ ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦେଣନେଣ କରିବାକୁ ସଂଘ ପରାମର୍ଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking