34.1 C
Bhubaneswar
Friday, March 29, 2024
Homeଓଡିଶାସ୍ବତନ୍ତ୍ର ରୁଟ୍‌ରେ ଚାଲିବ ମୋ ବସ୍‌

ସ୍ବତନ୍ତ୍ର ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାର ୨୨ ରୁ ୨୯ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘ମୋ ବସ୍‌’ ସେବା ଜାରି ରହିବ ବୋଲି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କହାଯାଇଛି। ୨୩ ରୁ ୨୯ ପର୍ଯ୍ୟନ୍ତ ମୋ ବସ୍ ସ୍ବତନ୍ତ୍ର ରୁଟ୍‌ରେ ଚଳାଚଳ କରିବ। ସ୍ବାସ୍ଥ୍ୟକେନ୍ଦ୍ର, ବିମାନବନ୍ଦର, ରେଳ ଷ୍ଟେସନ ଓ ବରମୁଣ୍ଡା ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ମୋ ବସ୍ ଚଳାଚଳ କରିବ। ରୁଟ୍‌-୧ରେ ଏୟାରପୋର୍ଟରୁ ମାଷ୍ଟର କ୍ୟାଣ୍ଟିନ ମଧ୍ୟରେ ୨ଟି ବସ୍‌, ରୁଟ୍‌-୧୧ରେ ନନ୍ଦନବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ଲିଙ୍ଗିପୁରକୁ ୩ଟି, ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ କଟକ ସିଡିଏକୁ ୩ଟି, ରୁଟ୍‌-୨୦ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଖୋର୍ଦ୍ଧାକୁ ୩ଟି, ରୁଟ୍ -୨୩ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ସମ୍ ହସ୍ପିଟାଲକୁ ୩ଟି ଓ ରୁଟ୍‌-୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍ସ ପର୍ଯ୍ୟନ୍ତ ୩ଟି ବସ୍ ଚଳାଚଳ କରିବ। ଉକ୍ତ ସ୍ଥାନଗୁଡ଼ିକୁ ପ୍ରତ୍ୟେକ ୬୦ ମିନିଟ ବ୍ୟବଧାନରେ ବସ୍ ଯାତାୟାତ କରିବ ବୋଲି କ୍ରୁଟ ସାଧାରଣ ପରିଚାଳିକା ଦୀପ୍ତିମୟୀ ମହାପାତ୍ର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking