32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : କୌଣସି ସମସ୍ୟାର ଆଶଙ୍କା କରି ମଧ୍ୟ ସମାଧାନ ହେବ ନାହିଁ । ବ୍ୟବସାୟକୁ ସଙ୍କୁଚିତ କରି ନେଇ ପାରନ୍ତି । ଅପରାହ୍ଣରେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ଅସୁବିଧାରେ ପଡ଼ିପାରନ୍ତି ।
ବୃଷ : ଆଜି ଭ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ସାଙ୍ଗକୁ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ରାଜନୀତି ତଥା ସାଙ୍ଗଠନିକ କ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗ ଅଛି ।
ମିଥୁନ : ସମସ୍ୟା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରିତ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ଦୂର ବାଣିଜ୍ୟରେ ବାଧାପ୍ରାପ୍ତ ହୋଇପାରେ। ବିଳମ୍ବିତ ସମୟରେ ଲକ୍ଷ ହାସଲ କରିବାରେ ସମର୍ଥ ହେବେ । ମହିଳାମାନେ ସୁବିଧାରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।
କର୍କଟ : କର୍ମ ଭାଗରେ ରବି ରହିଥିବା ହେତୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବ ପରି ରହିବ । କୌଣସି ଅସୁବିଧା ହେବ ନାହିଁ । ସ୍ତ୍ରୀ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ନିକଟ ସମ୍ପର୍କୀୟ ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି ।
ସିଂହ : ନୂତନ କାର୍ଯ୍ୟରେ ହାତ ଦେଇ କୃତ କାର୍ଯ୍ୟ ହେବେ । ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫତ ଦେବାକୁ ପଡ଼ିପାରେ । ବନ୍ଧୁମାନଙ୍କ ଗହଣରେ ହଠାତ ଆଜି ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଭୂଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ ।
କନ୍ୟା : ଗତକାଲି ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମନ୍ୟ ବିଡ଼ମ୍ବନାରେ ପାଇବେ । ଶଯ୍ୟାସାୟୀ ପିତାଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ଅଧିକାଂଶ ସମୟରେ ମନ ଅସ୍ଥିର ରହିବା କାରଣରୁ କାମ ଗୁଡ଼ିକ ସମ୍ପନ୍ନ ହୋଇପାରିବ ନାହିଁ ।
ତୁଳା : ମଧ୍ୟାହ୍ନରେ କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦର ଅବସାଦ ଘଟିବ । ଗତକାଲି ଠାରୁ ଶେଷକରିବା ପାଇଁ ଚାହୁଁଥିବା କାମଟିକୁ ଆଜି ଶେଷ କରିପାରିବେ ନାହିଁ । ଆକସ୍ମିକ ଅବଶ୍ୟକତା ପୂରଣ କରିବା ସକାଶେ ବହୁତ କଷ୍ଟ କରିବାକୁ ପଡ଼ିପାରେ । ଅର୍ଥଲାଭ ଯୋଗ ଅଛି ।
ବିଛା: ସଭାସମିତି ପୂରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଜିର ଦିନଟି ବହୁତ ଭଲ । ବନ୍ଧୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବେ । ନୂତନ ଯାନବାହନ କିମ୍ବା ମୂଲ୍ୟବାନ ଜିନିଷ କିଣିବା ସକାଶେ ପିଲାମାନେ ଅଳୀ କରିବେ ।
ଧନୁ : ଆଜି କାମ ସକାଶେ ଆପଣଙ୍କର ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବାଣିଜ୍ୟ ଓ ବ୍ୟବସାୟରେ ଲକ୍ଷ ହାସଲ କରିବେ । ଉପରିସ୍ଥିତଙ୍କ ଆଦେଶ ଅନୁସାରେ ହଠାତ ଦୂର ଯାତ୍ରା କରିବାକୁ ପଡ଼ିପାରେ । ପରିବାରରେ ହସି ଖୁସିରେ ସମୟ କାଟିବେ ।
ମକର : ବ୍ୟବସାୟ,ବାଣିଜ୍ୟ ଓ ପ୍ରଶାସନିକ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କାଲିର କାମଟିକୁ ସୁରୁଖୁରରେ କରିବାକୁ ସମର୍ଥ ହେବେ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ପରାଜୟ ହେବେ । କୌଶଳ ପ୍ରୟୋଗ କରି କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ।
କୁମ୍ଭ : ଆଜି ସକାଳୁ ସକାଳୁ ଭଲ କଥା କହିବେ । ବନ୍ଧୁ ସେହି କଥାକୁ ଭୂଲ ବୁଝିବେ । ଶତ୍ରୁ ମିତ୍ରର ଛଳନା କରି ପାଖରେ ଆସି କୌଣସି ସମସ୍ୟା ସୃଷ୍ଟି କରିପାରେ । ବ୍ୟବସାୟରେ ଲାଭବାନ ହେବେ ।
ମୀନ : ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ ଜୀବନ ସୁରୁଖୁରରେ କଟିବ । ପରିସ୍ଥିତିକୁ ଅନୁଧ୍ୟାନ କରି କାର୍ଯ୍ୟ କରିବେ । ବ୍ୟବସାୟରେ ଉନ୍ନତି ଘଟିବ । କୌଣସି ସଙ୍କଟରେ ପଡ଼ିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking