26.1 C
Bhubaneswar
Saturday, September 12, 2026
Homeଓଡିଶାନଦୀରେ ଗାଧୋଇବା ବେଳେ ଭାସିଗଲେ ବୃଦ୍ଧ !

ନଦୀରେ ଗାଧୋଇବା ବେଳେ ଭାସିଗଲେ ବୃଦ୍ଧ !

ଗଜପତି : ଗଜପତି ଜିଲ୍ଲା ପାରାଲାଖେମୁଣ୍ଡି ନିକଟ ଅମରା ଗ୍ରାମରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଆଜି ସକାଳେ ମହେନ୍ଦ୍ରତନୟା ନଦୀରେ ଗାଧୋଉଥିବା ସମୟରେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ଅଛନ୍ତି । ଭୋର ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ପାରାଲାଖେମୁଣ୍ଡିର ଅମରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିଖୋଜ ବୃଦ୍ଧ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଦୁର୍ଗା ପ୍ରସାଦ ପଣ୍ଡା, ଯାହାଙ୍କ ବୟସ ପ୍ରାୟ ୬୯ ବର୍ଷ ବୋଲି ଜଣାପଡ଼ିଛି । ପ୍ରତିଦିନ ଭଳି ଆଜି ଭୋରରୁ ସେ ମହେନ୍ଦ୍ରତନୟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡିଛି ।ଖବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କାର୍ଯ୍ୟ ଆରମ୍ଭ କରିଛି । ପାରାଲାଖେମୁଣ୍ଡି ସହକାରୀ ଅଗ୍ନିଶମ ଅଧିକାରୀ (AFO) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଗ୍ନିଶମ କର୍ମଚାରୀମାନେ ନଦୀ ଗର୍ଭରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ନଦୀର ପ୍ରଖର ସ୍ରୋତକୁ ସାମ୍ନା କରି ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ଆପ୍ରାଣ ଚେଷ୍ଟା ଚାଲିଛି । ନିଖୋଜ ବୃଦ୍ଧ ଜଣକ ଅମରାର ଲଳିତା ଦେବୀ ମନ୍ଦିରରେ ପୂଜକ ଭାବେ ୪ ବର୍ଷ ହେଲା କାମ କରୁଥିଲେ । ତାଙ୍କ ନିଜ ଘର ପଡୋଶୀ ଆନ୍ଧ୍ରର ଟିଡିମି ଗ୍ରାମର ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking