25.1 C
Bhubaneswar
Saturday, May 30, 2026
Homeଓଡିଶାଧରାପଡ଼ିଗଲା ବାଲ୍ୟବିବାହ: ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର

ଧରାପଡ଼ିଗଲା ବାଲ୍ୟବିବାହ: ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଭଣ୍ଡୁର ହେଲା ବାଲ୍ୟ ବିବାହ। ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ପକ୍ଷରୁ ୧୭ ବର୍ଷୀୟ ନାବାଳିକା ଏବଂ ୩୫ ବର୍ଷୀୟ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଚକେଇସିଆଣି ସାଇ ମନ୍ଦିର ନିକଟରେ ବାଲ୍ୟ ବିବାହ ଚାଲିଥିବା ନେଇ ଖବର ପାଇଥିଲା ରୁଚିକା ସମାଜ ମଙ୍ଗଳ ସଂଗଠନ। ସଂଗଠନର ଜିଲ୍ଲା ସଂଯୋଜିକା ଶିବାନୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ କର୍ମକର୍ତ୍ତା ହରପ୍ରିୟା ପତି, ଅଜୟ ମହାରଣା ଓ ଘନଶ୍ୟାମ ଭୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନାବାଳିକା ନୟାଗଡ଼ ଅଞ୍ଚଳର ୩୫ ବର୍ଷୀୟ ଯୁବକ ସହିତ ବିବାହ କରି ପଳାଇଥିଲେ।  ଏହି ଅଞ୍ଚଳର ବାଲ୍ୟ ବିବାହ ନିରୋଧ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲା ସଂଗଠନ। ଅଧିକାରୀଙ୍କ ହସ୍ତକ୍ଷେପ ପରେ ନାବାଳିକା ଓ ବରକୁ ଭୁବନେଶ୍ବର ଫେରାଇ ଅଣାଯାଇଛି। ସରକାର ବାଲ୍ୟ ବିବାହ ନିରୋଧ ପାଇଁ ଆଇନ ପ୍ରଣୟନ କରି ସବୁ ଧର୍ମୀୟ ସ୍ଥାନକୁ ବାଲ୍ୟ ବିବାହ ମୁକ୍ତ କରିଥିଲେ ବି କେଉଁ ପରିସ୍ଥିତିରେ ମନ୍ଦିର କର୍ତ୍ତୃପକ୍ଷ ବାଲ୍ୟ ବିବାହକୁ ଅନୁମତି ଦେଲେ, ସେନେଇ ଖୋଳତାଡ଼ ଚାଲିଛି। ଏଥିନିମନ୍ତେ ରୁଚିକା ପକ୍ଷରୁ ଥାନାରେ ଏତାଲା ଦିଆଯିବ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking