29.1 C
Bhubaneswar
Saturday, April 27, 2024
Homeଖେଳମ୍ୟାଚ୍ ସହ ସିରିଜକୁ ୫-୦ ରେ କବଜା କଲା ଭାରତ

ମ୍ୟାଚ୍ ସହ ସିରିଜକୁ ୫-୦ ରେ କବଜା କଲା ଭାରତ

ତୌରାଙ୍ଗ : ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ରେ ବିଜୟ ସହିତ ଟିମ୍ ଇଣ୍ଡିଆ ୫-୦ ବ୍ୟବଧାନରେ ସିରିଜ ପୋଛି ନେଇଛି। ଅନ୍ତିମ ମ୍ୟାଚରେ ଭାରତ ଘରୋଇ ଦଳକୁ ୭ ରନ୍‌ରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଧୂଆଁଧାର ୬୦ ଏବଂ କେ.ଏଲ. ରାହୁଲଙ୍କ ୪୫ ରନ ବଳରେ ୧୬୩ ରନ୍ କରିବାରେ ସକ୍ଷମ ହୋଇଥିଲା। ଭାରତ ପ୍ରଥମରୁ ୱିକେଟ ହରାଇବା ସତ୍ବେ ଭଲ ଆରମ୍ଭ କରିଥିଲା। କିନ୍ତୁ ରୋହିତ ରିଟାୟାର୍ଡ ହର୍ଟ ହୋଇ ଫେରିଯିବା ପରେ ରନ୍ ସଂଗ୍ରହ ହାର କମିଯାଇଥିଲା। ୨୦ ଓଭରରେ ଦଳ ୩ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା।
୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ନ୍ୟୁଜିଲାଣ୍ଡ ଦଳ ପ୍ରାରମ୍ଭିକ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୭ ରନରେ ୩ଟି ୱିକେଟ୍ ହରାଇଥିଲା। କିନ୍ତୁ ୪ର୍ଥ ୱିକେଟ୍‌ରେ ଟିମ୍ ସାଇଫର୍ଟ ଏବଂ ରସ୍ ଟେଲରଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ବଡ଼ ଭାଗିଦାରୀ ଯୋଗୁ ଦଳ ବିଜୟର ନିକଟତର ହୋଇଆସିଥିଲା। କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ପୁଣି ଥରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଥିଲା। ୧୨.୪ ଓଭରରେ ୧୧୬ ରନ୍ ଦଳୀୟ ସ୍କୋର ଥିବାବେଳେ ସାଇଫର୍ଟ ଏବଂ ୧୧୯ ରନରେ ଟେଲର ଆଉଟ ହୋଇଯାଇଥିଲେ। ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଶେଷ ୫ ଓଭରରେ ୪୨ ରନ୍ ଦରକାର ଥିବାବେଳେ ୪ ଓଭରରେ ଦଳ ମାତ୍ର ୨୩ ରନ୍ ବଦଳରେ ମୂଲ୍ୟବାନ ୪ ୱିକେଟ୍ ହରାଇ ପରାଜୟ ଦ୍ବାରଦେଶହରେ ପହଞ୍ଚିଥିଲା। ଶେଷ ଓଭରକୁ ୨୧ ରନ୍ ଦରକାର ଥିବାବେଳେ ଇଶ୍ ସୋଧି ସାର୍ଦୁଳ ଠାକୁରଙ୍କୁ ୨ଟି ଛକା ମାରି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। କିନ୍ତୁ ସଫଳ ହୋଇପାରି ନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking