33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପ୍ରତିଶୃତିରେ ଓଜାଡ଼ିଲା କଂଗ୍ରେସ: ମାଗଣା ବିଦ୍ୟୁତ, ପାଣି, ବେକାରୀ ଭତ୍ତା

ପ୍ରତିଶୃତିରେ ଓଜାଡ଼ିଲା କଂଗ୍ରେସ: ମାଗଣା ବିଦ୍ୟୁତ, ପାଣି, ବେକାରୀ ଭତ୍ତା

ନୂଆଦିଲ୍ଲୀ : କଂଗ୍ରେସକୁ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୭୦ ବିଧାନସଭା ଆସନ ଭିତରୁ କଂଗ୍ରେସ ଗୋଟିଏ ବି ପାଇବାକୁ ସକ୍ଷମ ହୋଇ ନ ଥିଲା । ହେଲେ ଏଥର କିଛି ଆସନ ହାତେଇବା ପାଇଁ କଂଗ୍ରେସ ଦିଲ୍ଲୀବାସୀଙ୍କ ଆଗରେ ବିଜେପିଠାରୁ ଅଧିକ ଲୋଭନୀୟ ପ୍ରସ୍ତାବ ରଖିଛି । ଦଳ ରବିବାର ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି । ଏଥିରେ ଭୋଟ ହାତେଇବା ପାଇଁ ଓ ଭୋଟରଙ୍କ ବନ ଜିଣିବା ପାଇଁ ଅନେକ କିଛି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଏଥିରେ ବେକାରୀ ଭର୍ତ୍ତାଠାରୁ ଆରମ୍ଭ କରି ମାଗଣା ବିଦ୍ୟୁତ୍ ଓ ଅନ୍ୟାନ୍ୟ ଅନେକ ପ୍ରତିଶ୍ରୁତିରେ ଓଜାଡ଼ି ପକାଇଛି । ହେଲେ ଦିଲ୍ଲୀବାସୀ କେତେଦୂର ଏହା ଉପରେ ଭରଷା କରୁଛନ୍ତି ତାହା ଆସନ୍ତା ୧୧ରେ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ଦଳର ବରିଷ୍ଠ ନେତା ତଥା କଂଗ୍ରେସର ଦିଲ୍ଲୀ ମୁଖ୍ୟ ସୁଭାଷ ଚୋପ୍ରା, ଆନନ୍ଦ ଶର୍ମା ଓ ଅଜୟ ମାକନ ପ୍ରମୁଖ ଉପସ୍ଥିତ ରହି ଦଳୀୟ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି ଯେ, କଂଗ୍ରେସ ଦିଲ୍ଲୀ ବିଧାନସଭା ଦଖଲ କଲେ ବେକାର ଯୁବକ, ଯୁବତୀଙ୍କୁ ବେକାରୀ ଭର୍ତ୍ତା ଦେବ । ଗ୍ରାୁଜଏଟମାନଙ୍କୁ ୫୦୦୦ ଟଙ୍କା ଓ ପୋଷ୍ଟ ଗ୍ରାଜୁଏଟମାନଙ୍କୁ ୭୫୦୦ ଟଙ୍କା ଲେଖାଏଁ ମାସକୁ ଦେବ । ଏଥିସହ ବର୍ତ୍ତମାନ ନାଗରିକ ସଂଶୋଧନ ଆଇ ଓ ନାଗରିକ ପଂଜିକରଣ କୁ ନେଇ ଯେଉଁ ବିରୋଧଭାବ ଚାଲିଛି ତାହା ଉପରେ ମଧ୍ୟ ଦଳ ପ୍ରତିଶ୍ରୁତି ରଖିଛି । କ୍ଷମତାକୁ ଆସିଲେ କଂଗ୍ରେସ ସୁପିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିବ ଏବଂ ଏନସିଆର ଓ ଏମପିଆରକୁ ଦିଲ୍ଲୀରେ ଲାଗୁ କରାଇ ଦେବନାହିଁ ।  ଦିଲ୍ଲୀବାସୀଙ୍କୁ ମାଗଣାରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦେବ । ୨୦ ହଜାର ଲିଟର ପାଣି ପ୍ରତି ଗୃହକୁ ମାସକୁ ଦିଆଯିବ । ଗରିବ ପିଲାମାନଙ୍କୁ ମାଗଣାରେ  ଉଚ୍ଚଶିକ୍ଷା ପାଇଁ କୋଚିଂ ଦେବ । ବରିଷ୍ଠ ନାଗରିକଙ୍କୁ ମାସକୁ ୫୦୦୦ ଟଙ୍କା ପେନସନ ଦେବା କଥା କୁହାଯାଇଛି । ଦିଲ୍ଲୀର ପରିବେଶକୁ ବଦଳାଇବା ପାଇଁ ପଦକ୍ଷେପ ନିଆଯିବ । ପରିବେଶ ସ୍ୱଚ୍ଛ ରଖିବା ପାଇଁ ଦଳ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁ କରିଥିବା କହିଛି । ଏହିପରି ଅନେକ ପ୍ରତିଶ୍ରୁତିରେ ଓଜାଡ଼ି ପକାଇଛି ।
ଦଳ ପକ୍ଷରୁ ଏବେ ପ୍ରଚାର କାର୍ଯ୍ୟକୁ ବେଶ ଗୁରୁତ୍ୱ ଦିଆଯାଇଛି । ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ମଇଦାନକୁ ଆସନ୍ତା ୪ ଓ ୫ ତାରଖରେ ଓହ୍ଲାଇ ବିଭିନ୍ନ ସଭା ସମିତି ଓ ରୋଡ ସୋ କରିବେ । ପ୍ରିୟଙ୍କା ଗାନ୍ଧି ମଧ୍ୟ ପ୍ରଚାରକୁ ଓହ୍ଲାଇବେ ବୋଲି  ଦଳ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking