39.2 C
Bhubaneswar
Thursday, April 18, 2024
Homeବଲିଉଡଧୁମ ମଚାଉଛି ଜବାନୀ ଜାନେମନର ଓଲେ ଓଲେ ୨.୦

ଧୁମ ମଚାଉଛି ଜବାନୀ ଜାନେମନର ଓଲେ ଓଲେ ୨.୦

ମୁମ୍ବାଇ: ସୈଫ ଏବେ ପୁଣି ଥରେ ତାଙ୍କର ସିଗ୍ନେଚର ସଂଗ୍ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିବେ। ଏହି ଗୀତର ଭିଡିଓରେ ସୈଫ ଅଲ୍ଲୀ ଖାନଙ୍କ ଫନ ଅବତାର ଏବଂ ତାଙ୍କ ପାର୍ଟି ମୁଡ କମାଲ ରହିଛି। ଏହି ଗୀତର ଭର୍ସନ ଜବରଦସ୍ତ ରହିଛି। ଓଲେ ଓଲେ ୨.୦ରେ ଅମିତ ମିଶ୍ର କଣ୍ଠଦାନ କରିଥିବା ବେଳେ ତନିଷ୍କ ବାଗଚୀ ମ୍ୟୁଜିକ୍ ଦେଇଛନ୍ତି, ସବିର ଅହମ୍ମଦ ଲିରିକ୍ସ ଦେଇଛନ୍ତି। ଏହି ଗୀତରେ ୧୯୯୪ର ସୈଫଙ୍କ ଏକ ଫିଲ୍ମ ୟେ ଦିଲ ଲଗିର ଟାଇଟେଲର ଏକ ପ୍ରସିଦ୍ଧ ଗୀତ ରେମିକ୍ସ କରାଯାଇଛି।

ସୂଚନା ମୁତାବକ, ରିଲିଜ୍ ହୋଇ ସାରିଥିବା ଫିଲ୍ମ ‘ଜଓ୍ୱାନୀ ଜାନେମନ୍’ ରେ ଅଲାୟାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ତବୁ। ଦୁହେଁ ଫିଲ୍ମରେ ଅଲାୟାଙ୍କ ମାତା‌-ପିତାଙ୍କ ଭୂମିକାରେ ନଜର ଆସିଛନ୍ତି। ରିଲିଜ୍ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ସବୁଠାରୁ ଅଧିକ ପସନ୍ଦ ଆସିଛି ଅଲାୟାଙ୍କ ଅଭିନୟ। ତାଙ୍କ ଅଭିନୟ ଦେଖି ଏବେ ତାଙ୍କ ଘର ଆଗରେ ନିର୍ଦ୍ଦେଶକଙ୍କ ଭିଡ଼ ଜମିବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking