33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶହାଇକୋର୍ଟରେ ଟ୍ୱିଟର କହିଲା ଆମେ ନିୟମ ମାନିଲୁ; କେନ୍ଦ୍ର କହିଲା ବିଲକୁଲ୍ ନୁହେଁ

ହାଇକୋର୍ଟରେ ଟ୍ୱିଟର କହିଲା ଆମେ ନିୟମ ମାନିଲୁ; କେନ୍ଦ୍ର କହିଲା ବିଲକୁଲ୍ ନୁହେଁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର  ଓ ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ନୂଆ ସୋସିଆଲ ମିଡିଆ ନିୟମ ନେଇ ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଶୁଣାଣୀ ମଧ୍ୟରେ ଟ୍ୱିଟର ଓ ସରକାର ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ।  ହାଇକୋର୍ଟରେ ନିଜ ପକ୍ଷ ରଖି ଟ୍ୱିଟର କହିଛି, ଆମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସମସ୍ତ ନିୟମର ପାଳନ କରିଛୁ  । ଯେତେବେଳେ କି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏମିତି ହୋଇନାହିଁ ।

ଟ୍ୱିଟରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସେ ଆଇଟି ରୁଲସ ୨୦୨୧ ଲାଗୁ କରିଛନ୍ତି । ଏହାସହିତ ୨୮ ମେ ରେ ଭାରତରେ ଜଣେ ସ୍ଥାନୀୟ ଅଧିକାରୀ ବି ନିଯୁକ୍ତ କରିଦେଇଛନ୍ତି । ଏହି ଅଧିକାରୀ ସ୍ଥାନିୟ ଅଭିଯୋଗ ଗୁଡିକର ସମାଧାନ କରିବେ । ମନ୍ତ୍ରାଳୟ ସ୍ପଷ୍ଟ ଭାବରେ କହିଛି ଯେ, ଟ୍ୱିଟର ଆଧାରହୀନ କଥା ବନ୍ଦ କରୁ ଏବଂ ଭାରତୀୟ ନିୟମର ପାଳନ କରୁ । ମନ୍ତ୍ରାଳୟ କହିଛି ଯେ, ନିୟମ ଓ କାନୁନ ବନାଇବା ଦେଶର ଅଧିକାର । ଟ୍ୱିଟର ମାତ୍ର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ତାକୁ କହିବା ଦରକାର ନାହିଁ ଯେ, ଭାରତର ଆଇନ କାନୁନର ରୂପରେଖ କେମିତି ହେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking