30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଦୁଇ ଦିନରେ ନିଷ୍ପତ୍ତି ନେବେ ସରକାର

ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଦୁଇ ଦିନରେ ନିଷ୍ପତ୍ତି ନେବେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମଧ୍ୟରେ ସ୍ଥଗିତ ହୋଇଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଥିଲା । ଏହାମଧ୍ୟରେ କୁହାଯାଇଛି ଯେ, ସରକାର କୋଭିଡ ୧୯ ମହାମାରୀ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ କରିବେ ନା ନାହିଁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ ନିଷ୍ପତ୍ତି ନିଆଯିବ । ଅଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅପିଲ କରିଛନ୍ତି ଯେ, ସୁପ୍ରିମକୋର୍ଟ ଏହି କେସକୁ ବର୍ତମାନ ବାତିଲ କରନ୍ତୁ । ସେ କହିଛନ୍ତି ଯେ, ବୋର୍ଡ ପରୀକ୍ଷା ନେଇ ବୈଠକ ଡକାଯାଇଛି ।
ସୁପ୍ରିମକୋର୍ଟର ଜଷ୍ଟିସ ଖାନାବିଲକର କେନ୍ଦ୍ରକୁ କହିଛନ୍ତି ଯେ, ଆପଣ ଏକ ନିର୍ଣ୍ଣୟ ନିଅନ୍ତୁ । ହେଲେ ଆପଣ ଯଦି ଗତବର୍ଷ ଭଳି ପରୀକ୍ଷା ଆୟୋଜିତ ନକରିବା ପାଇଁ ନିର୍ଣ୍ଣୟରୁ ହଟି କିଛି ଆଉ କରିବେ , ତେବେ ଆମକୁ ଏହା ପଛର ଉଚିତ କାରଣ କହିବେ ।
ଜଷ୍ଟିସ ଖାନାବିଲକର ଏହି କଥାରେ ସହମତି ଦେଇ ଅଟର୍ଣ୍ଣିଂ ଜେନେରାଲଙ୍କୁ କହିଛନ୍ତି, ଆମେ ଏହାର ଧ୍ୟାନ ରଖିବୁ । କୋର୍ଟରେ ଆମେ ଗୁରୁବାର ଜବାବ ରଖିବୁ । ସେହିଭଳି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଗତବର୍ଷ ଭଳି ଚଳିତ ଥର ଦ୍ୱାଦଶ ପରୀକ୍ଷା ରଦ୍ଦ କରିବା ପାଇଁ କାହିଁକି ନିଷ୍ପତ୍ତି ନିଆଗଲାନି । ଆଉ ଯଦି ଏହି ନିର୍ଣ୍ଣୟ ନିଆ ନଯିବ, ତେବେ ଆଉ କିଛି ନିଷ୍ପତି ନେଲେ ତାର ପୁରା ବିବରଣୀ କାରଣ ସହିତ କହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking