28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକାନାଡାରେ କ୍ୱିନ୍ ଏଲିଜାବେଥ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

କାନାଡାରେ କ୍ୱିନ୍ ଏଲିଜାବେଥ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓଟୱା: ଏକ ପୁରୁଣା ବୋର୍ଡିଂ ସ୍କୁଲ୍ ନିକଟରୁ ଏକ ହଜାରରୁ ଊର୍ଦ୍ଧ୍ୱ ଅଚିହ୍ନା ସ୍ୱଦେଶୀ ଶିଶୁଙ୍କ କବର ମିଳିବା ପରେ କାନାଡାରେ କ୍ୱିନ୍ ଏଲିଜାବେଥ୍‌-୨ୟ ଏବଂ କ୍ୱିନ୍ ଭିକ୍ଟୋରିଆଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଛି । ଏହି କବର ମିଳିବା ଘଟଣା ଜଣାପଡ଼ିବା ପରେ ଗୁରୁବାର ଜାତୀୟ ଛୁଟି ଦିବସ ଅବସରରେ ଆନ୍ଦୋଳନକାରୀ ୱିନିପେଗ୍‌ର ମାନିଟୋବା ଲେଜିସ୍ଲେଟିଭ୍ ବିଲ୍ଡିଂ ବାହାରେ ଏକାଠି ହେବା ସହ କ୍ୱିନ୍ ଭିକ୍ଟୋରିଆଙ୍କ ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରି ଏଥିରେ ନାଲିରଙ୍ଗ ବୋଳି ଦେଇଥିଲେ ।

ନିକଟରେ ଥିବା କ୍ୱିନ୍ ଏଲିଜାବେଥ୍‌ଙ୍କ ଏକ ଛୋଟ ପ୍ରତିମୂର୍ତ୍ତିକୁ ମଧ୍ୟ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ । ଏହି ପ୍ରତିମୂର୍ତ୍ତି ଦେଶର ଉପନିବେଶବାଦ ଇତିହାସର ପ୍ରତିନିଧିତ୍ୱ କରୁଥିଲା । ସେହିପରି ୱେଷ୍ଟର୍ଣ୍ଣ ପ୍ରୋଭିନ୍ସ ଆଲବର୍ଟାରେ ଆନ୍ଦୋଳନକାରୀ ପ୍ରାୟ ୧୦ଟି ଚର୍ଚ୍ଚକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ । ମୃତ ସ୍ୱଦେଶୀ ଶିଶୁଙ୍କ ସମ୍ମାନରେ ବହୁ ଆନ୍ଦୋଳନକାରୀ କମଳା ରଙ୍ଗର ସାର୍ଟ ପିନ୍ଧିଥିଲେ ଏବଂ ଭଙ୍ଗା ପ୍ରତିମୂର୍ତ୍ତିଗୁଡ଼ିକୁ ଲାଲ୍ ରଙ୍ଗରେ ଢ଼ାଙ୍କି ଦେଇଥିଲେ। ଏହା ବ୍ୟତୀତ “ଆମେ ଏକଦା ଶିଶୁ ଥିଲୁ । ସେମାନଙ୍କୁ ଘରକୁ ଫେରାଇ ଆଣ’ ଲେଖାଥିବା ଏକ ସଙ୍କେତ ଆନ୍ଦୋଳନକାରୀ ସେଠାରେ ଛାଡ଼ି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking