29.1 C
Bhubaneswar
Saturday, April 27, 2024
Homeଓଡିଶାଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଆଦେଶ ବିରୋଧରେ ମାମଲା

ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଆଦେଶ ବିରୋଧରେ ମାମଲା

କଟକ:  ୫ ଠିକା କର୍ମଚାରୀଙ୍କ ଚାକିରି ନିୟମିତ କରିବାକୁ ହାଇକୋର୍ଟ ଦେଇଥିବା ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ସୁପ୍ରିମ୍‌କୋର୍ଟର ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼, ବିଚାରପତି ଆର୍ ସୁଭାଷ ରେଡ୍ଡି ଓ ବିଚାରପତି ଏସ୍ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ତିନିଜଣିଆ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି । ଗୋପବନ୍ଧୁ ଏକାଡେମୀରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ୨ଜଣ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର୍ ଓ ୩ ଜଣ ପିଅନ ୧୧ ବର୍ଷ ଧରି କାର୍ଯ୍ୟକରି ଆସୁଥିଲାବେଳେ ସେମାନଙ୍କୁ ନିଲମ୍ବନ କରାଯାଇଥିଲା । କର୍ତ୍ତୃପକ୍ଷଙ୍କ ଏପରି ନିଲମ୍ବନ ଆଦେଶକୁ ବେଆଇନ ଦର୍ଶାଇ ଠିକା କର୍ମଚାରୀମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ହାଇକୋର୍ଟ ଏହାର ଶୁଣାଣି କରି ଗତ ୨୦୨୦ ସେପ୍ଟେମ୍ବର ୩ ତାରିଖ ଓ ଅଗଷ୍ଟ ୧୩ ତାରିଖରେ ପୃଥକ୍ ପୃଥକ୍ ଭାବେ ଶୁଣାଣିକରି ଗୋପବନ୍ଧୁ ଏକାଡେମୀର ଉପରୋକ୍ତ ୫ ଜଣ ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଆଦେଶ ଦେଇଥିଲେ । ଏଥିସହିତ ୪ ମାସ ମଧ୍ୟରେ ସେମାନଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ପ୍ରଦାନ କରିଥିଲେ । ଉକ୍ତ ଆଦେଶ ବିରୋଧରେ ଗୋପବନ୍ଧୁ ଏକାଡେମୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରିଥିଲେ ।

ତେବେ ଗତ ଫେବୃୟାରୀ ୧୦ ତାରିଖରେ ହାଇକୋର୍ଟର ୨ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରିବା ସହ ଦୁଇମାସ ମଧ୍ୟରେ ସେମାନଙ୍କର ଚାକିରି ନିୟମିତ କରି ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ପରେ ଗୋପବନ୍ଧୁ ଏକାଡେମୀ ଓ ରାଜ୍ୟ ସରକାରଙ୍କ୍ ପକ୍ଷରୁ ମିଳିତ ଭାବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା । ସୁପ୍ରିମ୍‌କୋର୍ଟ ଉକ୍ତ ଦୁଇଟି ଆବେଦନକୁ ଖାରଜ କରିବା ସହ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି । ହାଇକୋର୍ଟରେ ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅତୁଲ୍ ତ୍ରିପାଠୀ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking