22.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶଇଞ୍ଜିନିୟର୍‌ଙ୍କ ଘରେ ଏସିବି ଚଢ଼ଉ : ୩୦ ଲକ୍ଷର ସୁନା, ମର୍ସିଡିଜ୍ ସମେତ ୫ ଦାମୀ...

ଇଞ୍ଜିନିୟର୍‌ଙ୍କ ଘରେ ଏସିବି ଚଢ଼ଉ : ୩୦ ଲକ୍ଷର ସୁନା, ମର୍ସିଡିଜ୍ ସମେତ ୫ ଦାମୀ କାର୍ ଜବତ

ଜୟପୁର: ରାଜ୍ୟର ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ରାଜସ୍ଥାନ ଆଣ୍ଟି କରପ୍‌ସନ୍ ବ୍ୟୁରୋ (ଏସିବି) ତା’ର ଅଭିଯାନ ଜୋରଦାର କରିଛି । ଏହି କ୍ରମରେ ଏସିବି ପକ୍ଷରୁ ଶୁକ୍ରବାର ରାଜଧାନୀ ଜୟପୁର ସମେତ ଯୋଧପୁର ଓ ଚିତ୍ତୋରଗଡ଼ରେ ୩ଜଣ ଅଧିକାରୀଙ୍କର ୧୪ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଜୟପୁରରେ ଥିବା ଜୟପୁର ବିକାଶ ପ୍ରାଧିକରଣ (ଜେଡିଏ)ର ଜଣେ ଇଞ୍ଜିନିୟର୍ ନିର୍ମଳ ଗୋୟଲ୍‌ଙ୍କ ଘରୁ ଆୟରୁ ୧୪୫ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଥିବା ଜଣାପଡ଼ିଛି । ଚଢ଼ଉ ବେଳେ ମାସିକ ଦେଢ଼ଲକ୍ଷ ଟଙ୍କା ଦରମା ପାଉଥିବା ଗୋୟଲ୍‌ଙ୍କ ଜୟପୁରର ପୋସ୍ କଲୋନୀରେ ୪ଟି ଘର, ଫାର୍ମ ହାଉସ୍ ଥିବା ଜଣାପଡ଼ିଥିଲା ।

ଏହାଛଡ଼ା ତାଙ୍କ ଘରୁ ୩ ଲକ୍ଷ ୮୭ ହଜାର ନଗଦ ଟଙ୍କା, ୩୦ ଲକ୍ଷର ଟଙ୍କାର ସୁନା, ୨୪୫ ୟୁରୋ, ୨ ହଜାର ଡଲାର ଏବଂ ମର୍ସିଡିଜ୍ ସମେତ ୫ଟି ଦାମୀ କାର୍ ମିଳିଥିଲା । ଏହା ବ୍ୟତୀତ ତାଙ୍କର ୩ଟି ବ୍ୟାଙ୍କରେ ଲକର୍ ଥିବା ମଧ୍ୟ ଜଣାପଡ଼ିଥିଲେ । ତେବେ ଏହି ଲକର୍‌ଗୁଡ଼ିକୁ ଏସିବି ଖୋଲି ନାହିଁ । ସେହିପରି ଚିତ୍ତୋରଗଡ଼ରେ ଏସିବି ଚଢ଼ଉ ବେଳେ ଜିଲ୍ଲା ପରିବହନ ଅଧିକାରୀଙ୍କୁ ଘରୁ ୨ କୋଟି ଟଙ୍କାର ନିବେଶ କାଗଜପତ୍ର ମିଳିଛି । ଏହାଛଡ଼ା ତାଙ୍କ ଫ୍ଲାଟ୍‌ରୁ ଏକଲକ୍ଷ ନଗଦ ଟଙ୍କା ଓ ବିଦେଶ ଯାତ୍ରାର କାଗଜପତ୍ର ସହିତ ମହଙ୍ଗା ବାଇକ୍ ଓ ଗାଡ଼ି ମଧ୍ୟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking