28.1 C
Bhubaneswar
Saturday, April 27, 2024
Homeଓଡିଶାଶନି ଓ ରବି ‘ମୋ ବସ୍‌’ ବନ୍ଦ

ଶନି ଓ ରବି ‘ମୋ ବସ୍‌’ ବନ୍ଦ

ଭୁବନେଶ୍ୱର: ଶନିବାର ଓ ରବିବାର ବନ୍ଦ ରହିବ ‘ମୋ ବସ୍‌’ ସେବା । ସପ୍ତାହକୁ ଦୁଇ ଦିନିଆ ଘୋଷଣା ହୋଇଥିବା ସଟ ଡାଉନରେ ‘ମୋ ବସ୍‌’ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ସାରା ଜୁନ ମାସ ଶନିବାର ଓ ରବିବାର ‘ମୋ ବସ୍‌’ ବନ୍ଦ ରହିବ । ତେବେ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ ଜିଲ୍ଲାରେ ସବୁ ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ଦୁଇ ଦିନିଆ ସଟ ଡାଉନ ଘୋଷଣା କରିଛନ୍ତି । ତେବେ ଏହି ସଟ ଡାଉନରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଏହାଛଡା ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ଆଇଡି କାର୍ଡ ଦେଖାଇ ଯାତାୟାତ କରିପାରିବେ ବୋଲି ସୂଚନା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking