28.1 C
Bhubaneswar
Saturday, April 27, 2024
Homeଖେଳଆଇସିସି ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌: ଟପ୍ ୧୦ରେ ବୁମ୍‌ରା

ଆଇସିସି ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌: ଟପ୍ ୧୦ରେ ବୁମ୍‌ରା

କୋହଲି, ପନ୍ତ୍‌ଙ୍କୁ ବିରାଟ ଫାଇଦା
ଦୁବାଇ:  କ୍ୟାପ୍‌ଟେନ୍ ଭାବେ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୭୯ ଓ ୨୯ ରନ୍‌ର ଇନିଂସ୍ ଖେଳିଥିବା ବିରାଟ କୋହଲିଙ୍କୁ ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌ରେ ଦୁଇଟି ସ୍ଥାନର ଲାଭ ମିଳିଛି । ଏବେ ସେ ୯ମରୁ ୭ମରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଅପରାଜିତ ୧୦୦ ରନ୍ କରିଥିବା ଋଷଭ ପନ୍ତ୍ ୧୦ଟି ସ୍ଥାନର ଲମ୍ଫ ପ୍ରଦାନ କରି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ କେପ୍‌ଟାଉନ୍ ଟେଷ୍ଟରେ ୬ ୱିକେଟ୍ ହାସଲ କରିଥିବା ଫାଷ୍ଟ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଶୀର୍ଷ ୧୦ ବୋଲର୍‌ଙ୍କ ତାଲିକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୨ର ପରାଜୟ ପରେ କୋହଲି ଟେଷ୍ଟ କ୍ୟାପ୍‌ଟେନ୍ ପଦ ଛାଡ଼ିବା ନିଷ୍ପତ୍ତି ନେଇଥିଲେ ।

ଫଳରେ କ୍ୟାପ୍‌ଟେନ୍ ଭାବେ ତାଙ୍କ ସାତ ବର୍ଷର ଯାତ୍ରାର ଅନ୍ତ ଘଟିଥିଲା । ର‌୍ୟାଙ୍କିଙ୍ଗ୍‌ର ସାପ୍ତାହିକ ଅପ୍‌ଟେଡ୍‌ରେ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଧ୍ୟାନରେ ରଖାଯାଇଛି । ଘରୋଇ ଟିମ୍ ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍ ଅନ୍ତର୍ଗତ ସିରିଜ୍‌ରେ ବିଜୟୀ ହୋଇଥିଲା । ମ୍ୟାଚ୍‌ରେ ୭୨ ଓ ୮୨ ରନ୍‌ର ଇନିଂସ୍ ଖେଳି ଟିମ୍‌ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଗନ୍ ପିଟର୍‌ସନ୍ ୬୮ଟି ସ୍ଥାନର ଲମ୍ଫ ପ୍ରଦାନ କରି ୩୩ତମ ସ୍ଥାନରେ ପହଞ୍ଚିଛନ୍ତି । ସିରିଜ୍‌ର ଆରମ୍ଭରୁ ତାଙ୍କ ର‌୍ୟାଙ୍କିଙ୍ଗ୍ ୧୫୮ ଥିଲା । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଟେମ୍ବା ବାଭୁମା ୧୨ଟି ସ୍ଥାନକୁ ଉପରକୁ ଉଠି ୨୮ତମ ଓ ରାସି ଭାନ୍ ଡର୍ ଡୁସେନ୍ ୧୨ଟି ସ୍ଥାନର ଉନ୍ନତି ସହ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି । ଫାଷ୍ଟ ବୋଲର୍ କାଗିସୋ ରବାଡା (୩ୟ) ଓ ଲୁଙ୍ଗି ଏନ୍‌ଗିଡି (୨୧ତମ) ମଧ୍ୟ ର‌୍ୟାଙ୍କିଙ୍ଗ୍‌ରେ ସୁଧାର କରିଛନ୍ତି ।

ସେହିପରି ଆଶେସ୍ ସିରିଜ୍‌ର ୫ମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଥିବା ଅଷ୍ଟ୍ରେଲିଆର ଟ୍ରେଭିସ୍ ହେଡ୍ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ କ୍ୟାରିୟର୍ ଶ୍ରେଷ୍ଠ ୫ମ ସ୍ଥାନରେ ପହଞ୍ଚିଛନ୍ତି ।  ସିରିଜ୍‌ର ଶ୍ରେଷ୍ଠ ଖେଳାଳି ହେଡ୍ ୭ଟି ସ୍ଥାନର ଉନ୍ନତି ସହ ଭାରତର ରୋହିତ ଶର୍ମାଙ୍କ ସହ ଯୁଗ୍ମ ୫ମ ସ୍ଥାନରେ ପହଞ୍ଚିଛନ୍ତି । ହେଡ୍‌ଙ୍କ ପୂର୍ବ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍ ୧୦ମ ଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ ବ୍ୟାଟିରେ ୨୩ଟି ସ୍ଥାନର ଉନ୍ନତି ସହ ୬୬ରେ ପହଞ୍ଚିଥିବା ବେଳେ ବୋଲିଂରେ ୧୩ଟି ସ୍ଥାନ ଉପରକୁ ଉଠି ୬୨ ନଂରେ ରହିଛନ୍ତି । ସ୍କଟ୍ ବୋଲାଣ୍ଡ୍ ୪୯ରୁ ୪୩ତମ ସ୍ଥାନକୁ ଉଠିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking