29.1 C
Bhubaneswar
Saturday, April 20, 2024
Homeଅପରାଧ୮ବର୍ଷ ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

୮ବର୍ଷ ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା:  ଜନୈକ ୮ ବର୍ଷ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍‌ସୋ ଆଇନ ସ୍ୱତନ୍ତ୍ର ଅଦାଲତର ପ୍ରିଜାଇଡିଂ ଅଫିସର ସୁମିତା ଜେନା ବିଚାର କରି ଅଭିଯୁକ୍ତ ବଡ଼ସାହି ଥାନା ତାହିସାହିର ସନ୍ନ୍ୟାସୀ ଓରଫ ସନିଆ ନାଏକ (୫୭)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ଭାରତୀୟ ପିଙ୍ଗଳ କୋର୍ଡର ୫୦୬ ଦଫାରେ ତିନିବର୍ଷ ସଶ୍ରମ କାରାଦଣ୍ଡ ସହିତ ଶିଶୁଯୌନ ଶୋଷଣ ନିବାରଣ ଆଇନର ୬ ଧାରାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏଥି ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ୬ମାସ କାରାଦଣ୍ଡ ନିର୍ଦ୍ଦେଶ ରହିଛି । ତତ୍‌ସହିତ ପୀଡ଼ିତାଙ୍କ ଥଇଥାନ ପାଇଁ କ୍ଷତିପୂରଣ ବାବଦ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ମୟୂରଭଞ୍ଜ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ.  ୨୦୧୫ ଡିସେମ୍ବର ୨୬ ତାରିଖ ପୂର୍ବାହ୍ନ ସାଢ଼େ ଆଠଟା ସମୟରେ ପୀଡ଼ିତା ନାବାଳିକା ବଡ଼ସାହି ବ୍ଲକ୍ କାର୍ଯ୍ୟାଳୟ ପାଖରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଶୌଚସାରି ନିଜ ଘର ଅଭିମୁଖେ ଫେରୁଥିବା ରାସ୍ତାରେ ଅଭିଯୁକ୍ତ ଜୋର ଜବରଦସ୍ତ ଟେକିନେଇ ଏକ ଭଙ୍ଗାଘରେ ମୁହଁକୁ ଚାପିଧରି ଦୁଷ୍କର୍ମ କରିଥିଲା । ଘରକୁ ଫେରିବାରେ ବିଳମ୍ବ ହେବାରୁ ପୀଡ଼ିତାଙ୍କ ଜେଜେବାପା ପୋଖରୀ ନିକଟ ଅଞ୍ଚଳକୁ ଖୋଜିବାପାଇଁ ଯାଇଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତି ଖସି ପଳାଇ ଯାଇଥିଲା ଏବଂ ରକ୍ତାକୁ ଅବସ୍ଥାରେ ନାତୁଣୀକୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ପୀଡ଼ିତାଙ୍କ ଜେଜେବାପାଙ୍କ ଅଭିଯୋଗ କ୍ରମେ ବଡ଼ସାହି ଥାନାରେ ଡିସେମ୍ବର ୨୬ ତାରିଖ ଦିନ ୧୩୨/୨୦୧୫ ନମ୍ବରର ଏକ ମାମଲା ରୁଜୁ ହୋଇଥିଲା ।

ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଦୁଇଦିନ ପରେ ଅର୍ଥାତ୍ ଡିସେମ୍ବର ୨୮ରେ ଗିରଫ କରିଥିଲା । ସେହିଦିନଠାରୁ ବିଚାରାଧନ କଏଦୀ ଭାବେ କାରାଗାରରେ ରହିଥିଲା ପ୍ରକାଶ । ଏ ସମ୍ପର୍କରେ ପୁଲିସ ଅଦାଲତରେ ୨୦୧୬ ଫେବୃଆରୀ ୧୬ରେ ଅଭିଯୁକ୍ତଙ୍କ ବିରୋଧରେ ପିଙ୍ଗଳ କୋର୍ଡର ୩୭୬ (୨) (ଆଇ) ଏବଂ ୫୦୬ ଦଫା ସହିତ ଶିଶୁଯୌନ ଶୋଷଣ ନିବାରଣ ଆଇନର ୬ ଧାରାରେ ଚାର୍ଜସିଟ୍ ଦାଖଲ କରିଥିଲେ । ସରକାରଙ୍କ ତରଫରୁ ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking