27.1 C
Bhubaneswar
Thursday, April 25, 2024
Homeଅପରାଧମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ : ପତ୍ନୀଙ୍କୁ ମାଡ଼ମାରିବା ସହ ତଣ୍ଡି ଚିପି ହତ୍ୟା

ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ : ପତ୍ନୀଙ୍କୁ ମାଡ଼ମାରିବା ସହ ତଣ୍ଡି ଚିପି ହତ୍ୟା

ଭଦ୍ରକ :  ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଦ୍ୟପ ସ୍ୱାମୀ ପତ୍ନୀଙ୍କକୁ ଆକ୍ରମଣ କରିବା ସହ ତଣ୍ଡି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମୁଢ଼ାପଦା ଗ୍ରାମ ଉପରହରିଜନ ସାହିର ବିଜୟ ଯେନା(୩୪) । ମୃତକ ତାଙ୍କ ପତ୍ନୀ ମାନସୀ ଜେନା(୩୦) । ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ସୂଚନା ମୁତାବକ ପାଞ୍ଚ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିବା ବିଜୟ ମଦ୍ୟପାନ କରି ନିୟମିତ ଭାବେ ପତ୍ନୀକୁ ପ୍ରତିଦିନ ପିଟୁଥିଲା । ମାନସୀ ନିର୍ଯାତନା ଯୋଗୁଁ ବାପଘରକୁ ବହୁ ବାର ଚାଲିଯାଇଥିଲା ।

ବୁଝାମଣା କରି ଫେରାଇ ଆଣି ପତ୍ନୀକୁ ପୁନର୍ବାର ବିଜୟ ନିର୍ଯାତନା ଦେଉଥିଲା । ସେମାନଙ୍କର ଏକ ୪ ବର୍ଷର ପୁତ୍ର ସନ୍ତାନ ମଧ୍ୟ ରହିଛି । ବିଜୟର ଦୌରାମ୍ୟରୁ ପିତାମାତା ମଧ୍ୟ ବାଦ ପଡ଼ନଥିଲେ । ପୁତ୍ର ନିର୍ଯାତନାରେ ଅତିଷ୍ଠ ହୋଇ ପିତା କୈଳାସ ଓ ମାତା ମିନାକ୍ଷୀ ଘରଛାଡ଼ି ନିକଟସ୍ଥ ବୈଦ୍ୟନାଥ ମନ୍ଦିରରେ ଦୀର୍ଘ ଦିନ ଧରି ରହୁଥିଲେ । ପ୍ରତିଦିନ ଭଳି ମଙ୍ଗଳବାର ବିଜୟ ମଦ୍ୟପାନ କରି ପତ୍ନୀକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଏହାର ପ୍ରତିବାଦ କରିବାରୁ ବିଜୟ ମାଡ଼ମାରିବା ସହ ଏକ ରଶି ଦ୍ୱାରା ବେକକୁ ଭିଡ଼ି ଧରିଥିଲା । ଫଳରେ ପତ୍ନୀ ମାନସୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ।

ବିଜୟର ପଡୋଶୀ ତଥା ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମଣ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଫେରାର ହୋଇଯାଇଥିବା ବିଜୟକୁ ଧରି ଘରେ ଅଟକ ରଖିଥିଲେ । ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ସ୍ୱାମୀ ବିଜୟକୁ ହେପାଜତକୁ ନେଇଥିଲା। ହତ୍ୟାକାଣ୍ଡରେ ଏକ କ୍ଷୁଦ୍ର ରଶି ପୁଲିସ ଜବତ କରିଛି । ବୁଧବାର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଓ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ । ମୃତ ମାନସୀର ଭାଇ ଯାଜପୁର ଜିଲ୍ଲା ହୀରାପୁର ଅଞ୍ଚଳର ହେମନ୍ତ ଯେନାର ଅଭିଯୋଗ କ୍ରମେ ଥାନାରେ ୨୦/୨୨ନଂ ମାମଲା ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମୃତ ପୁତ୍ରବଧୂ ପରିବାର ଆକ୍ରମଣରେ ଶ୍ୱଶୁର ଲହୁଲହାଣ
ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୁଢ଼ାପଦା ଗ୍ରାମର ବିଜୟ ଯେନା ଆକ୍ରମଣରେ ପତ୍ନୀ ମାନସୀ ମୃତ୍ୟୁବରଣ କରିବା ଖବର ପାଇ ବାପଘର ଲୋକେ ମୃତକର ଶ୍ୱଶୁର କୈଳାସକୁ ଆକ୍ରମଣ କରି ଲହୁଲୁହାଣ କରିପାଇଥିବା ଜଣାଯାଇଛି । ବିଜୟର ପଡ଼ୋଶୀ ତଥା ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ ଠାରୁ ସୂଚନା ପାଇ ଯାଜପୁର ହୀରାପୁର ଗ୍ରାମରୁ ବାପଘର ଓ ପଡ଼ୋଶୀମାନେ ବହୁସଂଖ୍ୟାରେ ଆସି ବିଜୟର ପିତା କୈଳାସକୁ ନିର୍ଘାତ ପିଟିଥିଲେ । ପୁତ୍ରବଧୂର ମୃତ୍ୟୁ ଖବର ଶୁଣି ମୁଢ଼ାପଦା ବୈଦ୍ୟନାଥ ମନ୍ଦିରରୁ ଆସି ଘରେ ପହଞ୍ôଚô ଶୋକବ୍ୟକ୍ତ କରୁଥିବା ବେଳେ ବୋହୂର ପରିବାର ଲୋକେ କ୍ରୋଧରେ ବୃଦ୍ଧ କୈଳାସକୁ ଶାବଳରେ ପିଟିଥିବା ନେଇ ପଡ଼ୋଶୀମାନେ ପ୍ରକାଶ କରିଛନ୍ତି । ମୁଣ୍ଡରେ ଗୁରୁତର ଆହତ ହୋଇଥିବା ବେଳେ ବାମ ହାତ ତିନି ଖଣ୍ଡ ହୋଇଯାଇଛି । ଲକ୍ଷ୍ମଣ କୈଳାସକୁ ନେଇ ଯାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ରେଫର କରିଦିଆଯାଇଛି । ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking