26.1 C
Bhubaneswar
Tuesday, May 7, 2024
Homeଓଡିଶାକୋର୍ଟରୁ ବେଲ ପାଇବା ପାଇଁ ଜାଲି ପ୍ରମାଣପତ୍ର ଦେଇ ୩ ଗିରଫ

କୋର୍ଟରୁ ବେଲ ପାଇବା ପାଇଁ ଜାଲି ପ୍ରମାଣପତ୍ର ଦେଇ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଜେଏମଏଫସି କୋର୍ଟରୁ ଜାମିନ ପାଇବା ପାଇଁ ମିଛ ସାକ୍ଷୀ ସହ ଜାଲି ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବରଗଡ଼ ଥାନା ପୁଲିସ । ଗିରଫ ହେଲେ ବରଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣୀ ରୋଡ଼ ସ୍ଥିତ ଗୁରୁ ଚରଣ ମହାନ୍ତି ଓରଫ କୁନା(୩୨), ପୁରି ଜିଲ୍ଲା ପିପିଲ ଥାନା ଅଞ୍ଚଳର ଏସକେ ଆଜାମ୍ ଅଲ୍ଲୀ(୭୦) ଏବଂ କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳର ଅଶୋକ ପରିଡ଼ା(୪୪) । ସୂଚନାଯୋଗ୍ୟ ଯେ ନନ୍ଦନକାନନ ଥାନାର ଏକ ୬ କୋଟି ଟଙ୍କାର ପ୍ରପର୍ଟି ଅଫେନ୍ସ ମାମଲାରେ ସମୀର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଗିରଫ ହୋଇଥିଲେ । ତାଙ୍କ ଜାମିନ ପାଇଁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟ ୩ କୋଟି ଟଙ୍କାର ପ୍ରପର୍ଟି ସିଓରିଟି ବେଲ୍ ବଣ୍ଡ ଦେବାକୁ କହିଥିଲେ । ହେଲେ ପ୍ରକୃତ ୩ କୋଟି ଟଙ୍କାର ବେଲ୍ ବଣ୍ଡ ଦେବା ବଦଳରେ ଉକ୍ତ ଅଭିଯୁକ୍ତମାନେ ଜାଲିଆତି କରି ପାଖାପାଖି ୫୭ ଲକ୍ଷ ଟଙ୍କାର ବେଲ ବଣ୍ଡକୁ କୋର୍ଟରେ ୩ କୋଟି ଟଙ୍କାର ଦର୍ଶାଇଥିଲେ କେବଳ ଏତିକି ନୁହେଁ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ସମ୍ପତ୍ତିକୁ ଆଉ ଜଣେ ଜୀବିତ ବ୍ୟକ୍ତିଙ୍କର ସମ୍ପତ୍ତି ଦେଖାଇ କୋର୍ଟରେ ହାଜର କରାଇଥିଲେ । ହେଲେ ଏହାକୁ ନ୍ୟାୟଧିସ ଦେଖିବା ପରେ ସନ୍ଦେହ ହେବାରୁ ସେ ବଡ଼ଗଡ଼ ଥାନା ପୁଲିସକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଏହି ମାମଲାକୁ ବରଗଡ଼ ଥାନା ପୁଲିସ ଗମ୍ଭିରତାର ସହ ନେଇ ତଦନ୍ତ କରି ଜଣେ ପରେ ଜଣଙ୍କୁ ଗିରଫ କରିଥିଲେ । ସମସ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୁନ- ୪ ଏସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking