28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗ‘ସିନ୍ଦୂକ’ ରକ୍ଷା କରିବା ପାଇଁ ଚାଲିଗଲା ୮୦୦ ଜୀବନ

‘ସିନ୍ଦୂକ’ ରକ୍ଷା କରିବା ପାଇଁ ଚାଲିଗଲା ୮୦୦ ଜୀବନ

ନୂଆଦିଲ୍ଲୀ: ଇଥୋପିଆରେ ପବିତ୍ର ‘ସିନ୍ଦୂକ’ ରକ୍ଷା କରିବା ପାଇଁ ଶହ ଶହ ଲୋକ ନିଜ ପ୍ରାଣ ହରାଇଛନ୍ତି । ଏହି ଆର୍କ ଇଥୋପିଆ ର ତିଗରେ କ୍ଷେତ୍ରର ସେଣ୍ଟ ମେରୀ ଚର୍ଚରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସୁରକ୍ଷିତ ରହିଥାଏ ଏବଂ ଇସାଇ ଧର୍ମରେ ଏହାକୁ ଅନେକ ପବିତ୍ର ବୋଲି ଧରାଯାଏ । ରିପୋର୍ଟ ଅନୁସାରେ, ପ୍ରାୟ ୮୦୦ ଲୋକଙ୍କୁ ସେଣ୍ଟ ମ୍ୟାରୀ ଚର୍ଚ୍ଚ ନିକଟରେ ମାରି ଦିଆଯାଇଛି ଏବଂ ଅନେକ ଦିନ ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କ ମୃତ ଶରୀର ମଧ୍ୟ ପଡିରହିଥିଲା । ଗେଟୁ ମାକ୍ ନାମକ ଜଣେ ୟୁନିଭରସିଟିର ଲେକ୍‌ଚର ଏହି ଭୟାବୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ସେ କହିଥିଲେ, ଯେତେବେଳେ ଲୋକମାନେ ଗନ ଫାୟାରିଂ କରିବା ଆରମ୍ଭ କରିଥିଲେ ସେତେବେଳେ ସେମାନେ ଚର୍ଚ୍ଚ ଆଡକୁ ଦୌଡିଥିଲେ । ଯାହାଦ୍ୱାରା ସେମାନେ ସେଠାରେ ଥିବା ପାଳକମାନଙ୍କ ସାହାଯ୍ୟ କରିପାରିବେ,ଯିଏ ସେହି ପବିତ୍ର ଆର୍କର ସୁରକ୍ଷା କରୁଥିଲେ । ଏହାକୁ ନେଇ ଅନେକ ଲୋକ ନିଜ ପ୍ରାଣ ହରାଇଥିଲେ । ଏହି ଘଟଣା ନଭେମ୍ବର ମାସରେ ହୋଇଥିଲା । ମାତ୍ର ସେହି ସମୟରେ ଇଥୋପିଆ ପିଏମ ଏବେ ଅହମ୍ମଦ ଇଂଟରନେଟ ଓ ମୋବାଇଲ ନେଟୱାର୍କ ସେବା ବନ୍ଦ କରିଦେଇଥିଲେ । ଯାହାଫଳରେ ସମଗ୍ର ବିଶ୍ୱ ସହିତ ଇଥୋପିଆର ସଂପର୍କ ବିଚ୍ଛିନ୍ନ ହୋଇଥିଲା । ତେବେ ଇଂଟରନେଟ ନେଇ ଏବେ ସେଠାରେ ପରିସ୍ଥିତି ସାମାନ୍ୟ ସୁଧୁରୁଛି । ମାକ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ନଭେମ୍ବରରେ ଯାହା ଘଟିଲା ତାକୁ ନେଇ ଭୟ ବଢିଥିଲା କି ସେହି ପବିତ୍ର ସିନ୍ଦୁକକୁ କୌଣସି ଏକ ନୂଆ ସହରକୁ ନିଆଯିବ କିମ୍ବା ସବୁଦିନ ପାଇଁ ଶେଷ କରିଦିଆଯିବ । ଲୁଟେରାଙ୍କ ମନରେ ତିଳେ ହେଲେ ଦୟା ଭାବ ନଥିଲା ଏବଂ ସେମାନେ ଅତର୍କିତ ଗୁଳି ଚାଳନା କରି ଲୋକଙ୍କୁ ମାରି ଦେଇଥିଲେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅହମ୍ମଦ ସରକାରକୁ ଆସିବା ପୂର୍ବରୁ ଇଥୋପିଆରେ ୨୭ ବର୍ଷ ପର୍ଯ୍ୟନ୍ତ ତିଗରେ ପିପୁଲ୍ସ ଲିବରେସନ ଆର୍ମି ଶାସନ କରୁଥିଲେ । ତିଗରେ ରେ ଜନସଂଖ୍ୟା ପୁରା ଦେଶର ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ । ତିଗରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ସରକାର ଅନେକମାତ୍ରାରେ ଲୋକପ୍ରିୟ ଥିଲେ ଏବଂ ୨୦୧୮ରେ ଅହମ୍ମଦ ସରକାରକୁ ଆସିଥିଲେ । ଇଥୋପିଆ ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ ତିଗରେ ଅଂଚଳରେ ସେନାର ଏକ ଶିବିର ଉପରେ ଆକ୍ରମଣ ପରେ ସେହି କ୍ଷେତ୍ରରେ ସେନାଙ୍କୁ ଆକ୍ସନ ନେବା ପାଇଁ ଆଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking