30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବୁଲାଇନେବାକୁ କହି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା

ବୁଲାଇନେବାକୁ କହି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ: ଜଗନ୍ନାଥପୁର ନିବାସୀ ପାର୍ବତୀର ନୋବାମୁଣ୍ଡୀ ଖାନା କ୍ଷେତ୍ରର ଶମ୍ଭୁଙ୍କ ସହିତ ୨୦୧୬ରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୀର୍ଘ ଦିନ ପରେ ପାର୍ବତୀ ଶମ୍ଭୁ କୁ ବିବାହ କରିବା ପାଇଁ ଚାପ ପକାଇଥିଲା । ମାତ୍ର ଶମ୍ଭୁ ପାର୍ବତୀକୁ ବିବାହ କରିବାକୁ ଚାହୁଁନଥିଲା । ଧିରେ ଧିରେ ସେ ବାହାନ କରିବା ସହ ଏ କଥାକୁ ଏଡାଇବାକୁ ଲାଗିଲା । ଏହାରି ମଧ୍ୟରେ ଶମ୍ଭୁ ଅନ୍ୟ ଜମେ ଝିଅକୁ ପ୍ରେମ କରିବାକୁ ଲାଗିଲା । ଏହି ଖବର ପାର୍ବତୀ ପାଇବା ପରେ ଶମ୍ଭ ଯଦି ତାକୁ ବିବାହ ନକରିବ ତେବେ ସେ ପୁଲିସ ନିକଟରେ ଅଭିଯ୍ଧେଜ୍ଞ କରିବ ବୋଲି ଧମକ ଦେଇଥିଲା । ପାର୍ବତୀ କଥାରେ ଚିନ୍ତିତ ହୋଇ ଶମ୍ଭୁ ନିଜ ପ୍ରେମିକା ପାର୍ବତୀକୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲା । ୫ ଫେବୃୟାରୀରେ ଶମ୍ଭୁ ନିକ ପ୍ରେମିକାକୁ ବାଇକରେ ବସାଇ ବୁଲାଇବା ବାହାନାରେ ନେଇଥିଲା । ଏହାରି ମଧ୍ୟରେ ଶମ୍ଭୁ ଜଗନ୍ନାଥପୁର ଡାକୁଆ ଶୂନଶାନ ଘଂଚ ଜଙ୍ଗଲରେ ଯେତେବେଳେ ଦେଖିଲା କେହି କୁଆଡେ ନାହାନ୍ତି ସେ ସମୟରେ ସେ ପାର୍ବତୀର ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କଲା । ମାତ୍ର ପାର୍ବତୀ କୌଶଳକ୍ରମେ ଖସି ପଳାଇଥିଲା । ହେଲେ ଦୌଡିବା ସମୟରେ ସେ ଏକ ଗାତରେ ତଳେ ପଡିଗଲା । ପରେ ଶମ୍ଭୁ ତାକୁ ଅନେକ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ପୋଲିସ ପାର୍ବତୀ ମୋବାଇଲ ଫୋନରୁ ଶମ୍ଭୁ ବିଷୟରେ ଜାଣିବାକୁ ପାଇ ତାକୁ ଗିରଫ କରିଥିଲା ଏବଂ ଶମ୍ଭୁ ସବୁ ସତ କଥା ମାନିଥିଲା । ଏବେ ପୋଲିସ ମାମଲା ରୁଜୁ କରି ତାକୁ ଜେଲ ପଟାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking