30.1 C
Bhubaneswar
Saturday, May 4, 2024
Homeକର୍ପୋରେଟ୍ଆତ୍ମଭାରତ ନିର୍ମାଣ ପାଇଁ ଲଗାତାର ନିଜର ସାମର୍ଥ୍ୟ ଏବଂ କ୍ଷମତା ବୃଦ୍ଧି କରୁଛି ଭାରତ :...

ଆତ୍ମଭାରତ ନିର୍ମାଣ ପାଇଁ ଲଗାତାର ନିଜର ସାମର୍ଥ୍ୟ ଏବଂ କ୍ଷମତା ବୃଦ୍ଧି କରୁଛି ଭାରତ : ପ୍ରଧାନମନ୍ତ୍ରୀ

ପୂର୍ବ ଭାରତକୁ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ୍‌ କରିବା ପାଇଁ ଉଦ୍ୟମ : ଧର୍ମେନ୍ଦ୍ର ପ୍ରଧାନ

 ଆସାମ ପାଇଁ ଉର୍ଜା ସୁରକ୍ଷା ଏବଂ ସମୃଦ୍ଧିର ନୂତନ ଯୁଗ ଆରମ୍ଭ
 ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍ ସ୍ୱଚ୍ଛ ଇନ୍ଧନ ଉପଲବ୍ଧିକୁ ବୃଦ୍ଧି କରିବ
 ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମର ଗ୍ୟାସ ଷ୍ଟେସନ ଉର୍ଜା ଉପଲବ୍ଧିକୁ ସୁଦୃଢ଼ କରିବ
 ବିଗତ ୬ ବର୍ଷରେ ଆସାମରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ୯୫ ହଜାର କୋଟିର ପ୍ରକଳ୍ପକୁ
ମଞ୍ଜୁରୀ
ଆସାମ/ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ପାଇଁ ଲଗାତାର ନିଜର ସାମର୍ଥ୍ୟ ଏବଂ
କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ । ବିଗତ ବର୍ଷ ମାନଙ୍କରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନ
ସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ସୋମବାର ଆସାମର ଠାରେ ୩
ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ
ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ
ପୂର୍ବ ଭାରତକୁ ଅଭିବୃଦ୍ଧିର ଇଞ୍ଜିନ ଭାବରେ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ।
ଧମାଜୀ ସ୍ଥିତ ସିଲାପାଥର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଇଣ୍ଡିଆନ୍ ଅଏଲର ୨୬୦୦ କୋଟି ମୂଲ୍ୟର ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍‌,
ଦିବ୍ରୁଗଡର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ
ସେକେଣ୍ଡାରୀ ଟ୍ୟାଙ୍କ୍ ଫାର୍ମ, ତିନିସୁକିଆର ମାକୁମ ସ୍ଥିତ ହେବେଡା ଗାଁରେ ଥିବା ୧୩୨ କୋଟି ବ୍ୟୟରେ
ନିର୍ମିତ ଗ୍ୟାସ୍ କମ୍ପ୍ରେସର ଷ୍ଟେସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରାୟ ୪୫ କୋଟି
ଟଙ୍କା ବ୍ୟୟରେଧମାଜୀ ଇଞ୍ଜିନିୟରିଂ କଲେଜର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ
ହୋଇଯାଇଛି । ସେହିପରି ପ୍ରାୟ ୫୫ କୋଟି ଟଙ୍କା ବ୍ୟୟରେ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ର୍ନିମାଣ
ପାଇଁ ଭିତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସାମକୁ ଆଜି ଉର୍ଜା ଏବଂ ଶିକ୍ଷା ଭିତିଭୂମି ପ୍ରକଳ୍ପ
ଉପହାର ମିଳିଛି । ଉର୍ଜା ଏବଂ ଶିକ୍ଷାର ପେଣ୍ଠସ୍ଥଳି ଭାବରେ ଏହି ଅଂଚଳର ପରିଚୟକୁ ସଶକ୍ତ କରିବାକୁ
ଥିବା ଏହି ପ୍ରକଳ୍ପ ଗୁଡ଼ିକ ଆସାମ ସମେତ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପୂର୍ବ ଭାରତର ପ୍ରତୀକ ଅଟେ ବୋଲି
ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ତୈଳ ଗ୍ୟାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ଆସାମ ସମେତ ପୂର୍ବ ଭାରତର ସାମଗ୍ରିକ ବକାଶକୁ ଆଗେଇ
ନେବ । ପୂର୍ବ ଭାରତକୁ ନୂତନ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ ଭାବରେ ପ୍ରତିଷ୍ଠା କରିବା ପାଇଁ ମୋଦି ସରକାର
ନିରନ୍ତର ଉଦ୍ୟମ କରୁଛନ୍ତି । ଲୋକାର୍ପିତ ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ସ୍ଥିତ ତୈଳ ବିଶୋଧନାଗାରରେ
ଥିବା ଇଣ୍ଡିମାକ୍ସ ୟୁନିଟ୍‌, ମଧୁବନ ସ୍ଥିତ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ, ଏବଂ ମାକୁମ ସ୍ଥିତ ଗ୍ୟାସ୍ କମ୍ପ୍ରେସର
ଷ୍ଟେସନ୍ ଆସାମ ପାଇଁ ଉର୍ଜା ସୁରକ୍ଷା ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ସେ କହିଛନ୍ତି ।
ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେ ଇଣ୍ଡିଆନ୍ ଅଏଲ ଗବେଷଣା ଓ ବିକାଶ(ଆର୍ ଏଣ୍ଡ ଡ୍‌଼ି) ଦ୍ୱାରା ସ୍ୱଦେଶୀ
ଜ୍ଞାନକୌଶଳରେ ଇଣ୍ଡିମାକ୍ସ ବିକଶିତ କରାଯାଇଛି । ଏହି ଇଣ୍ଡିମାକ୍ସ ୟୁନିଟ୍ ବଙ୍ଗାଇଗାଓଁ ତୈଳ
ବିଶୋଧନାଗାରର ଅଶୋଧିତ ପ୍ରକ୍ର ିୟାକରଣ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଂଚଳରେ ଏଲପିଜି ଏବଂ
ଅନ୍ୟାନ୍ୟ ସ୍ୱଚ୍ଛ ଇନ୍ଧନର ଉପଲବ୍ଧିକୁ ବୃଦ୍ଧି କରିବ । ସେହିପରି ଅଏଲ୍ ଇଣ୍ଡିଆର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ
ଏବଂ ମାକୁମର ଗ୍ୟାସ ଷ୍ଟେସନ ତୈଳ ଏବଂ ଗ୍ୟାସ ପାଇଁ ସୁରକ୍ଷିତ ଏବଂ ପରିବେଶ ସହଯୋଗୀ ସଂରକ୍ଷଣ
ନିଶ୍ଚିତ କରିବ । ଏହି ଅଂଚଳରେ ଉର୍ଜା ଉପଲବ୍ଧି ଏବଂ ଯୋଗାଣ ନିରାପତାକୁ ସୁଦୃଢ଼ କରିବ ଏବଂ ଗ୍ୟାସ
ଆଧାରିତ ଅର୍ଥନୀତିରେ ଭାରତକୁ ସହଯୋଗ ଦେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର
ଇଜ୍ ଅଫ୍ ଲିଭିଂକୁ ସୁବିଧା ଦେବା ପାଇଁ ହାଇଡ୍ରୋକାର୍ବନ୍ କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଏହି
ପଦେକ୍ଷପ ଆସାମ ଏବଂ ଉତର ପୂର୍ବରେ ରୋଜଗାର ସୃଷ୍ଟି କରିବା ସହ ଲୋକଙ୍କ ଆକାଂକ୍ଷା ପୂରଣ କରିବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୨୦୧୪ ମସିହା ଠାରୁ ଆସାମରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ୯୫
ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପୂର୍ବ ଭାରତକୁ ସର୍ବାଧିକ ପ୍ରାଥମିକତା
ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking