38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟରେ ଜାରି ରହିଛି ବାଧ୍ୟତାମୂଳକ ଅବସର । ଶିକ୍ଷକଙ୍କୁ 5T ଛାଟ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର । ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୂର୍ବରୁ  କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍‌ ସମସ୍ତଙ୍କ ଉପରେ 5T ଛାଟ ବାଜିଛି ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମିତି ଆଉ ଏକ ଉଦାହରଣ ହେଉଛି କୋରାପୁଟରେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ 5T ଛାଟ ପଡ଼ିଥିଲା । କୋରାପୁଟ ଜିଲ୍ଲା ନନ୍ଦପୁରର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପଡ଼ିଥିଲେ ଜାଲରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏକ ବକେୟା ବିଲ୍ କରିବାକୁ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ପରେ ଘଟଣାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଓଡ଼ିଶା ସରକାର ଆରମ୍ଭ କରିଥିବା 5T କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସବୁ ଅଧିକାରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଖାଲି ସେତିକି ନୁହେଁ ଲୋକଙ୍କ କାମକୁ ନିର୍ଦ୍ଧାରିତ ସମୟରେ ସାରିବାର ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାର ଏହାର ଖିଲାପକାରୀଙ୍କ ବିରୋଧରେ ଯେ, ଏତେ କଠୋର ହୋଇପାରନ୍ତି ତାର ପ୍ରମାଣ ମଧ୍ୟ ମିଳିଛି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking