37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଇଡି ନୋଟିସ୍‌ ଦେଖି ଜମି ବ୍ୟବସାୟୀଙ୍କ ଆତ୍ମହତ୍ୟା

ଇଡି ନୋଟିସ୍‌ ଦେଖି ଜମି ବ୍ୟବସାୟୀଙ୍କ ଆତ୍ମହତ୍ୟା

ରାଞ୍ଚି : ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ନୋଟିସ୍‌ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ନୋଟିସ୍ ଦେଖି ଜମି ବ୍ୟବସାୟୀଙ୍କ ଉଡିଗଲା ହୋସ୍‌। ଇଡି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଡାକିବା ପରେ ଝୁଲି ପଡିଲେ ବ୍ୟବସାୟୀ। ଏଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି ଝାଡଖଣ୍ଡରୁ।

ରାଞ୍ଚିର ଲାଲପୁର ଥାନା ସିଲଭର ଡେଲ୍‌ ଆପାର୍ଟମେଣ୍ଟ। ଏଠାରେ ଜଣେ ଜମି ବ୍ୟବସାୟୀ ନିଜ ଫ୍ଲାଟ୍‌ ଭିତରେ ଗୁରୁବାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କୃଷ୍ଣକାନ୍ତ। ରୁମ୍‌ ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥା ଦେଖି ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ତାଙ୍କୁ ଅର୍କିଡ୍‌ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking