32.1 C
Bhubaneswar
Saturday, June 1, 2024
Homeଦେଶ ବିଦେଶଅଧିକ ସମୟ କାର୍‌ରେ ଯାତ୍ରା କରୁଥିଲେ ସାବଧାନ !

ଅଧିକ ସମୟ କାର୍‌ରେ ଯାତ୍ରା କରୁଥିଲେ ସାବଧାନ !

ନୂଆଦିଲ୍ଲୀ : ଅଧିକ ସମୟ କାର୍‌ରେ ଯାତ୍ରା କରୁଥିଲେ ହୋଇଯାନ୍ତୁ ସାବଧାନ । ବିଷାକ୍ତ ହେବାରେ ଲାଗିଛି ବାୟୁମଣ୍ଡଳ । ଵାୟୁପ୍ରଦୂଷଣର ଏକ ପ୍ରମୁଖ କାରଣ ସାଜିଛି କାର୍ । କାର ଭିତରେ ଅଧିକ ସମୟ ରହିବାଦ୍ୱାରା ତାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇପଡିଛି । କାର ଭିତର ପରିବେଶରେ ପ୍ରଶ୍ୱାଶରେ ଯାଉଛି ବିଷାକ୍ତ ବାୟୁ । ଯେଉଁ ବାୟୁ ଦ୍ୱାର କର୍କଟ ରୋଗ ହେବାର କାରଣ ହେବାର ସମ୍ଭାବନା ରହିଛି । ଏନ୍‌ଭିରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ଅଧ୍ୟୟନ କରାଯାଇ ଏହି ସୂଚନା ଦିଆଯାଇଛି । ଏନ୍‌ଭିରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆସିଥିବା ରିପୋର୍ଟ ଅନୁଯାୟୀ,କାର ଭିତରେ ଥିବାସମୟରେ କର୍କଟ କାରକ ରସାୟନ ଆମ ପ୍ରଶ୍ୱାସ ମାଧ୍ୟମରେ ଯାଇଥାଏ । ଦୀର୍ଘ ସମୟ ଧରି କାର ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ । ବିଶେଷକରି ଛୋଟ ପିଲାମାନଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଖରାଦିନେ କାର ଭିତରେ ଏହି ବିଷାକ୍ତ ବାୟୁର ପରିମାଣ ଅଧିକ ରହିଥାଏ । ତେବେ ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି ବିଷାକ୍ତ ବାୟୁକୁ କାର ଖୋଲା ରଖାଯାଇ ବିଷାକ୍ତ ବାୟୁର ପରିମାଣ କମାଯାଇପାରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking