35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶରାଜଧାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୩ ମୃତ, ତିନି ଗୁରୁତର

ରାଜଧାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୩ ମୃତ, ତିନି ଗୁରୁତର

ନୂଆଦିଲ୍ଲୀ: ରାଜଧାନି ଦିଲ୍ଲୀର ଶାହଦରା ଜିଲାର କୃଷ୍ଣା ନଗର ଅଞ୍ଚଳରେ ରବିବାର ଭୋର ସମୟରେ ଏକ ଅଟ୍ଟାଳିକାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନେଇ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗଳି ନମ୍ବର ୧ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ନିକଟରେ ଥିବା ଛାଛି ବିଲ୍ଡିଂରେ ନିଆଁ ଲାଗିଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହି ଅଗ୍ନିକାଣ୍ଡରେ ପାର୍କିଂରେ ଥିବା ୧୧ଟି ଦୁଇ ଚକିଆ ଯାନ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଡାକ୍ତରଖାନାରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ, ଦିଲ୍ଲୀ ବିବେକ ବିହାର ସ୍ଥିତ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ବିଳମ୍ବିତ ରାତିରେ ସେଣ୍ଟରେ ନିଆଁ ଲାଗି ୭ ନବଜାତ ଶିଶୁଙ୍କର ମୃତ ଘଟିଛି । ସୂଚନାନୁସାରେ, ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking