29.1 C
Bhubaneswar
Saturday, July 27, 2024
Homeଓଡିଶାବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଏସପି

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଏସପି

ଖୋର୍ଦ୍ଧା: ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ଗିରଫଦାରୀ ପ୍ରସଙ୍ଗରେ ଖୋର୍ଦ୍ଧା ଏସପି ଅବିନାଶ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୁଥର ସିସିଟିଭି ଯାଞ୍ଚ ହୋଇନି। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଙ୍ଗ ଅଫିସରଙ୍କ ଏତଲା ଆଧାରରେ ଗିରଫଦାରୀ ହୋଇଛି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ହେଇ ଏଥିରେ ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମାତ୍ର ପ୍ରଶାନ୍ତ ଜଗଦେବ ଦାବି କରିଥିଲେ ସିସିଟିଭି ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking